18.1 C
Bhubaneswar
Monday, November 25, 2024
Homeଓଡିଶାପିସିସି କର୍ମକର୍ତା ମାନଙ୍କୁ ଦାୟୀତ୍ୱ ବଂଟନ

ପିସିସି କର୍ମକର୍ତା ମାନଙ୍କୁ ଦାୟୀତ୍ୱ ବଂଟନ

ଭୁବନେଶ୍ୱର- ରାଜ୍ୟରେ କଂଗ୍ରେସ ସଂଗଠନକୁ ସୁଦୃଢ଼ ତଥା କ୍ର୍ରୀୟାଶୀଳ କରିବାପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ପ୍ରଦେଶ କଂଗ୍ରେସ କର୍ମକର୍ତାମାନଙ୍କ ମଧ୍ୟରେ ବିଭିନ୍ନ ଜିଲ୍ଲା ଓ ବିଧାନ ସଭା ନିର୍ବାଚନ ମଣ୍ଡଳୀର ଦାୟୀତ୍ୱ ନିମ୍ନମତେ ପ୍ରଦାନ କରିଛନ୍ତି । କର୍ମକର୍ତାମାନେ ନିଜ ଦାୟୀତ୍ୱରେ ଥିବା ଜିଲ୍ଲା କଂଗ୍ରେସ ସଭାପତିଙ୍କ ସହ ଯୋଗାଯୋଗ ରକ୍ଷାକରି ଜିଲ୍ଲା ଓ ବିଧାନସଭା କ୍ଷେତ୍ର ଗସ୍ତକରିବେ ଏବଂ ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ଼ କରିବା ପାଇଁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।
ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଅନୁଗୁଳ ଜିଲ୍ଲା ପାଇଁ ଉପସଭାପତି ସରସ୍ୱତୀ ହେମ୍ବ୍ରମଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ସାଧାରଣ ସଂପାଦକ ପ୍ରକାଶ ମିଶ୍ର ଓ ଶଶିକାନ୍ତ ଲେଙ୍କା ଦାୟୀତ୍ୱରେ ଅଛନ୍ତି ଏବଂ ଏହି ଜିଲ୍ଲାର ବିଭିନ୍ନ ବିଧାନଭା ନିର୍ବାଚନ ମଣ୍ଡଳୀ ପାଇଁ ସଂପାଦକ ଅମିତ ଗୁରୁ ରହିଛନ୍ତି । ସେହିଭଳି ବଲାଙ୍ଗିର ଜିଲ୍ଲା ପାଇଁ ଉ.ସ. ରାଜନ ଏକା, ସା.ସ. ରବିନ୍ଦ୍ର ମହାପାତ୍ର ଓ ତରୁଣ ମାଝୀ ରହିଥିବା ବେଳେ ବିଧାନସଭା ପାଇଁ ସଂପାଦକ ଶ୍ରୀ ଜୟଦେବ ନାୟକ, ଦିଗମ୍ବର ଦୁରିଆ ଓ ତୁଳେଶ୍ୱର ନାୟକ ରହିଛନ୍ତି । ବାଲେଶ୍ୱର ଜିଲ୍ଲା ପାଇଁ ଉ.ସ. ଗଣେଶ୍ୱର ବେହେରା, ସା.ସ. ପଦ୍ମାକର ଗୁରୁ, ମନୋଜ ବିଶ୍ୱାଳ ଏବଂ ବିଧାନସଭା ପାଇଁ ସଂପାଦକ ସଂଗ୍ରାମ ଦାସ ଓ ଚୈତନ୍ୟ ହାଂସଦା ରହିଛନ୍ତି । ବରଗଡ଼ ଜିଲ୍ଲା ପାଇଁ ଉ.ସ. ରାଜେନ୍ଦ୍ର ଛତ୍ରିଆ, ସା.ସ. ନିମାଇଁ ସରକାର ଓ ନିର୍ମଳ ନାୟକ ଏବଂ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସଂପାଦକ ସାବିତ୍ରୀ କିଷାନ, ଭୁଲକୀ ସେଠ, ରଞ୍ଜିତା ନାଗ ରହିଛନ୍ତି । ଭଦ୍ରକ ଜିଲ୍ଲା ପାଇଁ ସା.ସ. ରବିନ୍ଦ୍ର ମଲ୍ଲିକ ଏବଂ ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାଇଁ ସଂପାଦକ ରଞ୍ଜିତା ହେମ୍ବ୍ରମ, କୈଳାସ ସାହୁ ରହିଛନ୍ତି । ବୌଦ୍ଧ ଜିଲ୍ଲା ପାଇଁ ଉ.ସ. ରଜତ ଚୌଧୁରୀ ଏବଂ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସଂପାଦକ ବିଳାସିନି ନାୟକ, ରଶ୍ମିରଞ୍ଜନ ପଟ୍ଟନାୟକ ରହିଛନ୍ତି । କଟକ ଜିଲ୍ଲା ପାଇଁ ସା.ସ. ଅଧିରାଜ ପାଣିଗ୍ରାହୀ, ସା.ସ. ଏମଡି ଇମଦାଦ ଓ ମନୋଜ ଜେନା ଏବଂ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସଂପାଦକ ଅଭିଳାଷ ମାଣିଆ, ଶିଳ୍ପୀଶ୍ରୀ ହରିଚନ୍ଦନ, ମଧୁସ୍ମିତା ପରିଡ଼ା, ଶ୍ରୀୟା ମହାନ୍ତି, ରାଜନାରାୟଣ ମହାପାତ୍ର ରହିଛନ୍ତି । ସେହିପରି କଟକ ନଗର ଜିଲ୍ଲା ପାଇଁ ଉ.ସ. କିଶୋର ଜେନା, ସା.ସ. ରଶ୍ମି ମହାପାତ୍ର ରହିଛନ୍ତି । ଦେଓଗଡ଼ ଜିଲ୍ଲା ପାଇଁ ଉ.ସ. ରାଜେନ୍ଦ୍ର ଛତ୍ରିଆ, ଏବଂ ସା.ସ. ରୁପାଦିପ୍ତା ମହାପାତ୍ର ରହିଛନ୍ତି । ଢ଼େଙ୍କାନାଳ ଜିଲ୍ଲା ପାଇଁ ଉ.ସ. ବିଶ୍ୱଭୂଷଣ ଦାସ, ସା.ସ. ମଞ୍ଜୁଶ୍ରୀ କଳ୍ପନା ରାଉତରାୟ ଓ ଅମିତା ବିଶ୍ୱାଳ ଏବଂ ବିଧାନ ସଭା ନିର୍ବାଚନ ମଣ୍ଡଳିପାଇଁ ସଂପାଦକ ଲିଙ୍ଗରାଜ ସାହୁ ଓ ନିଳକମଳ ସେଠୀ ରହିଛନ୍ତି । ଗଜପତି ଜିଲ୍ଲା ପାଇଁ ବରିଷ୍ଠ ଉ.ସ. ତାରାପ୍ରସାଦ ବାହିନୀପତି ଓ ସା.ସ. ଦୁର୍ଗାପ୍ରସାଦ ପଣ୍ଡା ରହିଛନ୍ତି । ଗଞ୍ଜାମ ଜିଲ୍ଲା ପାଇଁ ବରିଷ୍ଠ ଉ.ସ. ତାରାପ୍ରସାଦ ବାହିନୀପତି, ଉ.ସ. ଅଧିରାଜ ମୋହନ ପାଣିଗ୍ରାହୀ ଓ ଶୁଭେନ୍ଦୁ ମହାନ୍ତି, ସା.ସ. ଶ୍ରୀନିବାସ ରାଉତରାୟ ଏବଂ ବିଧାନ ସଭା କ୍ଷେତ୍ର ପାଇଁ ସଂପାଦକ ଶାନ୍ତାୟନ ମିଶ୍ର, ଅମୃତା ମହାନନ୍ଦିଆ, ସୁବାଷ ମଲ୍ଲିକ, ପ୍ରଫୁଲ୍ଲ ଭଦ୍ରା, ଗୀତାଞ୍ଜଳି ଭୂୟାଁ ରହିଛନ୍ତି । ଜଗତସିଂହପୁର ଜିଲ୍ଲା ପାଇଁ ଉ.ସ. ବିଭୁତି ମିଶ୍ର, ସା.ସ. ଶ୍ରୀନିବାସ ରାଉତରାୟ ଏବଂ ସଂପାଦକ ପ୍ରିୟଜିତ ରାୟ ରହିଛନ୍ତି । ଯାଜପୁର ଜିଲ୍ଲା ପାଇଁ ଉ.ସ. ଜାନକୀ ବଲ୍ଲଭ ପଟ୍ଟନାୟ, ସା.ସ. ଜ୍ଞାନରଞ୍ଜନ ପଟ୍ଟନାୟକ ଓ ମନଜା ମଞ୍ଜରୀ ଦେବୀ ଏବଂ ବିଧାନସଭା କ୍ଷେତ୍ର ପାଇଁ ସଂପାଦକ ଅଜୟ ସାହୁ, ପୁଷ୍ପିତା ଦାସ, ବିଶ୍ୱନାଥ ଦାସ, ମିତ୍ରଭାନୁ ମହାପାତ୍ର ରହିଛନ୍ତି । ଝାରସୁଗୁଡ଼ା ଜିଲ୍ଲାପାଇଁ କୋଷାଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା, ସା.ସ. ନିପନ ଦାସ ଓ ପ୍ରବୋଧ ଦାସ ରହିଛନ୍ତି । କଳାହାଣ୍ଡି ଜିଲ୍ଲା ପାଇଁ କୋଷାଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା, ସା.ସ. ସମରେନ୍ଦ୍ର ମିଶ୍ର ଓ ଘାସିରାମ ମାଝୀ ଏବଂ ବିଧାନସଭା କ୍ଷେତ୍ରପାଇଁ ସଂପାଦକ ସୀମାଞ୍ଚଳ ଗିରି ଉଲ୍ଲାକା, ଦମୟନ୍ତି ତାଣ୍ଡି, ସତ୍ୟନାରାୟଣ ଭୋଇ ରହିଛନ୍ତି । କନ୍ଧମାଳ ଜିଲ୍ଲା ପାଇଁ ଉ.ସ.ଜାନକୀ ବଲ୍ଲଭ ପଟ୍ଟନାୟକ, ସା.ସ. ପ୍ରମୋଦ ଜେନା ଏବଂ ଏବଂ ବିଧାନସଭା କ୍ଷେତ୍ର ପାଇଁ ସଂପାଦକ ଶିଶିର ପରିଡ଼ା ଓ ରଶ୍ମିରଞ୍ଜନ ପଟ୍ଟନାୟକ ରହିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଉ.ସ. ରଜତ ଚୌଧୁରୀ ଏବଂ ବିଧାନସଭା କ୍ଷେତ୍ର ପାଇଁ ସଂପାଦକ ବିଶ୍ୱକଲ୍ୟାଣୀ କର ଓ ଟିକନ ବେହେରା ରହିଛନ୍ତି । କେନ୍ଦୁଝର ଜିଲ୍ଲା ପାଇଁ ଉ.ସ. ଜାନକୀ ବଲ୍ଲଭ ପଟ୍ଟନାୟକ, ସା.ସ. ପଦ୍ମାକର ଗୁରୁ ଏବଂ ବିଧାନସଭା କ୍ଷେତ୍ର ପାଇଁ ସଂପାଦକ ପ୍ରିୟଜିତ ରାୟ, ଅଜିତ ଜେନା ଓ ମିତ୍ରଭାନୁ ମହାପାତ୍ର ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲା ପାଇଁ ଉ.ସ. ଶୁଭେନ୍ଦୁ ମହାନ୍ତି, ସା.ସ. ମାନସ ଆଚାର୍ଯ୍ୟ ଓ ଚିନ୍ମୟ ସୁନ୍ଦର ଦାସ ଏବଂ ବିଧାନସଭା କ୍ଷେତ୍ର ପାଇଁ ସଂପାଦକ ଶାନ୍ତାୟନ ମିଶ୍ର, ଦୀପକ କୁମାର ସାହୁ, ସତ୍ୟସ୍ମିତ ମହାନ୍ତି, କୁସୁମ ପ୍ରଧାନ ଓ ପୁଷ୍ପିତା ଦାଶ ରହିଛନ୍ତି । ଭୁବନେଶ୍ୱର ଜିଲ୍ଳା ପାଇଁ ଉ.ସ. ପ୍ରତିମା ମଲ୍ଲିକ, ସା.ସ. ମନୋଜ ବିଶ୍ୱାଳ ଏବଂ ବିଧାନସଭା କ୍ଷେତ୍ର ପାଇଁ ସଂପାଦକ ଅଜୟ ସାହୁ, ଜୟଶ୍ରୀ ପାତ୍ର, ବିଶ୍ୱକଲ୍ୟାଣି କର ରହିଛନ୍ତି । କୋରାପୁଟ ଜିଲ୍ଲା ପାଇଁ ଉ.ସ. ଡ. ଦେବାଶିଷ ପଟ୍ଟନାୟକ ଓ ମମତା ମାଢ଼ୀ ଏବଂ ବିଧାନସଭା କ୍ଷେତ୍ର ପାଇଁ ସଂପାଦକ ହାରାବତୀ ଗଣ୍ଡ ଓ ରଶ୍ମିରଞ୍ଜନ ପଟ୍ଟନାୟକ ରହିଛନ୍ତି । ମାଲକାନଗିରି ଜିଲ୍ଲା ପାଇଁ ଉ.ସ. ଡ. ଦେବାଶିଷ ପଟ୍ଟନାୟକ, ସା.ସ. ମିନାକ୍ଷୀ ବାହିନୀପତି ରହିଛନ୍ତି । ମୟୁରଭଞ୍ଜ ଜିଲ୍ଲା ପାଇଁ ଉ.ସ. ନକୁଳ ନାୟକ, ସା.ସ. ଆଲୋକ ମିଶ୍ର ଓ ଅର୍ଚ୍ଚନା ନନ୍ଦୀ ଏବଂ ବିଧାନସଭା କ୍ଷେତ୍ର ପାଇଁ ସଂପାଦକ ଦେଓ ପ୍ରସାଦ, ପ୍ରଦୀପ ମହାପାତ୍ର ଓ ସୁଶାନ୍ତ ବେହେରା ରହିଛନ୍ତି । ନବରଙ୍ଗପୁର ଜିଲ୍ଲା ପାଇଁ ବରିଷ୍ଠ ଉ.ସ. ତାରା ପ୍ରସାଦ ବାହିନୀପତି ଓ ସା.ସ. ରବିନ୍ଦ୍ର ମହାପାତ୍ର ଏବଂ ବିଧାନସଭା କ୍ଷେତ୍ର ପାଇଁ ସଂପାଦକ ସୂର୍ଯ୍ୟମଣି ବାଗ ଓ ପି ମାଧବୀ ରହିଛନ୍ତି । ନୟାଗଡ଼ ଜିଲ୍ଲା ପାଇଁ ଉ.ସ. ବିଭୁତି ମିଶ୍ର ଏବଂ ବିଧାନସଭା କ୍ଷେତ୍ର ପାଇଁ ସଂପାଦକ ସଂକୁନା କହଁର, ରେଖା ପ୍ରଧାନ ଓ ଅଜୟ ସାହୁ ରହିଛନ୍ତି । ନୂଆପଡ଼ା ଜିଲ୍ଲା ପାଇଁ କୋଷାଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ଓ ସା.ସ. ହରଦିପ ସିଂ ଏବଂ ବିଧାନସଭା କ୍ଷେତ୍ର ପାଇଁ ସଂପାଦକ ମୋତିଲାଲ ଦାଶ ଓ ଡମ୍ବରୁ ଛତ୍ରିଆ ରହିଛନ୍ତି । ପୁରୀ ଜିଲ୍ଲା ପାଇଁ ବରିଷ୍ଠ ଉ.ସ. ଶିବାନନ୍ଦ ରାୟ, ସା.ସ. ପୃଥିବୀ ବଲ୍ଲଭ ପଟ୍ଟନାୟକ ଓ ମଧୁସ୍ମିତା ସେଠୀ ଏବଂ ବିଧାନସଭା କ୍ଷେତ୍ର ପାଇଁ ସଂପାଦକ ଜୟକୃଷ୍ଣ ମଲ୍ଲିଆ, ଦେଓ ପ୍ରସାଦ, ଅଭିଳାଷ ମାଣିଆ ଓ ମଧୁସ୍ମିତା ପରିଡ଼ା ରହିଛନ୍ତି । ରାୟଗଡ଼ା ଜିଲ୍ଲା ପାଇଁ ଉ.ସ. ଦେବାଶିଷ ପଟ୍ଟନାୟକ ଓ ସା.ସ. ପ୍ରମୋଦ ଜେନା ଏବଂ ବିଧାନସଭା କ୍ଷେତ୍ର ପାଇଁ ସଂପାଦକ ତମାଳ ନାୟକ ଓ ସୁକାନ୍ତ ଦିଗଲ ରହିଛନ୍ତି । ରାଉରକେଲା ଜିଲ୍ଲା ପାଇଁ କୋଷାଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ଓ ସା.ସ. ଡ. ଲଲାଟେନ୍ଦୁ ମହାପାତ୍ର ରହିଛନ୍ତି । ସମ୍ବଲପୁର ଜିଲ୍ଲା ପାଇଁ ଉ.ସ. ରାଜନ ଏକ୍କା, ସା.ସ. ବିଧୁଭୂଷଣ ତ୍ରିପାଠୀ ଓ ବିରେନ ସେନାପତି ଏବଂ ବିଧାନସଭା କ୍ଷେତ୍ର ପାଇଁ ସଂପାଦକ ଲବ କୁମାର ସାହୁ ଓ ଆକବର ଖାଁ ରହିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ପାଇଁ ବରିଷ୍ଠ ଉ.ସ. ଶିବାନନ୍ଦ ରାୟ ଓ ସା.ସ. ଦୁଲ୍ଲାଲ ପ୍ରଧାନ ରହିଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ପାଇଁ ଉ.ସ. ଅଧିରାଜ ପାଣିଗ୍ରାହୀ ଏବଂ ବିଧାନସଭା କ୍ଷେତ୍ରପାଇଁ ସଂପାଦକ ଦିଲ୍ଲିପ କିଶାନ ଓ ସଂଯୁକ୍ତା ମହାପାତ୍ରଙ୍କୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଦାୟୀତ୍ୱ ଦେଇଛନ୍ତି ।
ସେହିଭଳି ଭାବରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ମଧ୍ୟରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମର ପରିଚାଳନା ଓ ସହଯୋଗ ପାଇଁ ଉପସଭାପତି ବିଭୁତି ମିଶ୍ର, କିଶୋର ଜେନା, ଶୁଭେନ୍ଦୁ ମହାନ୍ତି, ଶିବାନନ୍ଦ ରାୟ, ସାଧାରଣ ସଂପାଦକ ତରୁଣ ମିଶ୍ର, ସୁବ୍ରତ ମହାପାତ୍ର, ସଂପାଦକ ପ୍ରଭାତ ପ୍ରତାପ ସିଂ, ନିରୁପମା ଦାସ, ଶ୍ରୀୟା ମହାନ୍ତି ଦାୟତ୍ୱରେ ରହିଛନ୍ତି ଓ ସଂପାଦକ ନରୋତମ ନାୟକ ପିସିସି ସଭାପତିଙ୍କ ସହ ଆଟାଚ୍ ରହିଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking