25.1 C
Bhubaneswar
Friday, December 12, 2025
Homeଦେଶ ବିଦେଶବିଧବା ମହିଳାଙ୍କ ମେକଅପ୍ ଉପରେ ଟିପ୍ପଣୀ କରି ଅଡ଼ୁଆରେ ପାଟନା ହାଇକୋର୍ଟ

ବିଧବା ମହିଳାଙ୍କ ମେକଅପ୍ ଉପରେ ଟିପ୍ପଣୀ କରି ଅଡ଼ୁଆରେ ପାଟନା ହାଇକୋର୍ଟ

ନୂଆଦିଲ୍ଲୀ: ଜଣେ ବିଧବା ମହିଳାଙ୍କ ମେକଅପ୍ ଉପରେ ଟିପ୍ପଣୀ କରି ଅଡ଼ୁଆରେ ପାଟନା ହାଇକୋର୍ଟ । ସୁପ୍ରିମକୋର୍ଟ ହାଇକୋର୍ଟର ଜଜ୍‌ଙ୍କ ଉପରେ ବର୍ଷିଛନ୍ତି । ଏହା ସହ ସର୍ବୋଚ୍ଚ ଅଦାଲତ ପାଟନା ହାଇକୋର୍ଟକୁ ତାଗିଦ ମଧ୍ୟ କରିଛନ୍ତି । ନିକଟରେ ପାଟନା ହାଇକୋର୍ଟରେ ଜଣେ ମହିଳାଙ୍କ ହତ୍ୟା ମାମଲାକୁ ନେଇ ଶୁଣାଣି ହୋଇଥିଲା । ପୀଡ଼ିତାଙ୍କ ଘରୁ ମେକ୍‌ଅପ୍ ସାମଗ୍ରୀ ମିଳିବାକୁ ନେଇ ଶୁଣାଣି ସମୟରେ ହାଇକୋର୍ଟ କହିଥିଲେ ଯେ, ଜଣେ ବିଧବା ମହିଳାଙ୍କ ପାଇଁ ମେକଅପ୍ ଆବଶ୍ୟକ ନାହିଁ । ଏହି ମନ୍ତବ୍ୟ ଉପରେ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହା ଅତ୍ୟନ୍ତ ଆପତ୍ତିଜନକ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏଭଳି ମନ୍ତବ୍ୟ ନ୍ୟାୟପାଳିକାଠାରୁ ଆଶା କରାଯାଏ ନାହିଁ । ଏଭଳି ମନ୍ତବ୍ୟ ଆଇନଗତ ଭାବେ ଗ୍ରହଣୀୟ ନୁହେଁ । ଜଷ୍ଟିସ ବେଲା ଏମ ତ୍ରିବେଦୀ ଏବଂ ସତ୍ୟେନ୍ଦ୍ର ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଏଭଳି ମନ୍ତବ୍ୟ ଆଇନଗତ ନୁହେଁ । ଏହି ମନ୍ତବ୍ୟ କୌଣସି ପ୍ରମାଣ ଆଧାରରେ କରାଯାଇ ନାହିଁ ଏବଂ ବିଚାରପତିଙ୍କ ଏଭଳି ମନ୍ତବ୍ୟ ନ୍ୟାୟପାଳିକାର ସମ୍ବେଦନଶୀଳତା ଏବଂ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

୧୯୮୫ର ଏକ ହତ୍ୟା ମାମଲାରେ ହାଇକୋର୍ଟ ଏଭଳି ମନ୍ତବ୍ୟ ଦେଇଥିଲେ । ପାଟନାର ମୁଙ୍ଗେରରେ ଜଣେ ମହିଳାଙ୍କୁ ଅପହରଣ କରି ହତ୍ୟା କରାଯାଇଥିଲା । ପାଟନା ହାଇକୋର୍ଟ ଏହି ମାମଲାରେ ୫ ଜଣଙ୍କୁ ଦଣ୍ଡିତ କରିଥିବାବେଳେ ଦୁଇ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । ସେହିପରି ଅନ୍ୟ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ । ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ଦାଖଲ ହୋଇଥିବା ଆବେଦନଗୁଡ଼ିକର ସୁପ୍ରିମକୋର୍ଟ ବୁଧବାର ଶୁଣାଣି କରିଥିଲେ । ଶୁଣାଣି ସମୟରେ ପୀଡ଼ିତାଙ୍କ ଘରୁ ମିଳିଥିବା ମେକ୍‌ଅପ୍ ସାମଗ୍ରୀକୁ ପ୍ରମାଣ ଭାବରେ ପାଟନା ହାଇକୋର୍ଟ ଗ୍ରହଣ କରିଥିବାରୁ ଏହା ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ । ଜଣେ ବିଧବା ମହିଳା ମଧ୍ୟ ସେହି ଘରେ ରହୁଥିଲେ । ପାଟନା ହାଇକୋର୍ଟଙ୍କ ଅନୁସାରେ, ମେକ୍ ଅପ୍ ସାମଗ୍ରୀ ବିଧବା ମହିଳାଙ୍କର ହୋଇ ନଥିବ, କାରଣ ତାଙ୍କୁ ମେକ୍‌ଅପ୍ ଦରକାର ନାହିଁ । ସୁପ୍ରିମକୋର୍ଟ ପାଟନା ହାଇକୋର୍ଟଙ୍କ ଏହି ଯୁକ୍ତିକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ । ଏହାସହ ପ୍ରମାଣ ଅଭାବ ଥିବା ଦର୍ଶାଇ ସୁପ୍ରିମକୋର୍ଟ ସମସ୍ତ ୭ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking