ଭୁବନେଶ୍ୱର : ଆଜି ଭୁବନେଶ୍ୱର ପଟିଆ ସ୍ଥିତ ବିଗ୍ ବଜାର ମଲଟି ସିଲ୍ ହୋଇଛି। ଆଜି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର କମିଶନର ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ସପିଙ୍ଗ ମଲକୁ ସିଲ୍ କରାଯାଇଛି। ପରିମଳ, ଅଗ୍ନି ନିର୍ବାପନ ବ୍ୟବସ୍ଥା ଓ ପାର୍କିଂ ସମସ୍ୟା କାରଣରୁ ଏହି ମଲ୍ଟିକୁ ବନ୍ଦ କରାଯାଇଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
ମୁଖ୍ୟତଃ ପାର୍କିଂ ସମସ୍ୟା ସୁଧାରିବାକୁ ବିଏମ୍ସି ଏବେ ଅଣ୍ଟା ଭିଡ଼ିଛି। ପାର୍କିଂ ପାଇଁ ଜାଗା ନଥିବାରୁ ଅନେକ ସମୟ ରାଜଧାନୀର ଅନେକ ରୁଟରେ ଭୀଷଣ ଟ୍ରାଫିକ ଜାମ ଲାଗିରହେ। ଏହାର ନିୟନ୍ତ୍ରଣ ଲାଗି ସରକାର ପାର୍କିଂ ଜାଗା ନଥିବା ସଂସ୍ଥାକୁ ଯାଞ୍ଚ କରିବାକୁ ସ୍କ୍ଵାର୍ଡ ଗଠନ କରିବାକୁ ଭୁବନେଶ୍ଵର ମହାନଗର ନିଗମକୁ ନିର୍ଦ୍ଦେଶ ଦେଇ ଥିଲେ। ଏମିତିକି ବିଭିନ୍ନ ମଣ୍ଡପ ଓ ମଲ୍ରେ ପାର୍କିଂ ବ୍ୟବସ୍ଥା ନଥିବାରୁ ସେହି ସାମ୍ନାରେ ଗାଡ଼ି ଛିଡ଼ା ହୋଇ ରହୁଛି ଯାହାଫଳରେ ରାସ୍ତା ଜାମ ହେଉଛି ଏବଂ ସେହି ରାସ୍ତା ଦେଇ ଯାଉଥିବା ଲୋକଙ୍କୁ ଯାତାୟତରେ ସମସ୍ୟା ଲାଗିରହୁଛି ତେଣୁ ବିଏମ୍ସି ଏଭଳି ପଦକ୍ଷପ ନେଇଥିବାର ଜଣାପଡିଛି ।
https://onakhabar.com/2020/02/20/58years-old-ledy-matric-exam/