ନୟାଗଡ: ନୟାଗଡ ବହୁ ଚର୍ଚ୍ଚିତ ଶିଶୁ କନ୍ୟା ପରୀ ହତ୍ୟା ମାମଲାରେ ନୟାଗଡ ଜିଲ୍ଲାପାଳ ଏବଂ ଏସପିଙ୍କୁ ସମନ କରିଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର୍) । ଉଭୟଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ଏନପିସିଆର ସମନ କରିଥିବା ସୂଚନା ମିଳିଛି । ଏନେଇ ଏନସିପିସିଆର ଅଧ୍ୟକ୍ଷ ପ୍ରିୟଙ୍କ କାନୁନଗୋ ଟ୍ୱିଟ ଯୋଗେଁ ସୂଚନା ପ୍ରଦାନ କରିଛନ୍ତି । ତେବେ ସମନ ଜାରି ହୋଇଥିବାରୁ ଏନସିପିସିଆରଙ୍କୁ ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଧନ୍ୟବାଦ ଜଣାଇଛନ୍ତି । ସମ୍ବିତ କିଛିଦିନ ପୂର୍ବରୁ ଏନସିପିସିଆରଙ୍କୁ ଭେଟି ପରୀ ଘଟଣାରେ ସ୍ମାରକପତ୍ର ପ୍ରଦାନ କରିଥିଲେ ।