18.1 C
Bhubaneswar
Friday, February 13, 2026
Homeଦେଶ ବିଦେଶ'ପରମ ରୁଦ୍ର' ସୁପର କମ୍ପ୍ୟୁଟର ଲୋକାର୍ପିତ

‘ପରମ ରୁଦ୍ର’ ସୁପର କମ୍ପ୍ୟୁଟର ଲୋକାର୍ପିତ

ନୂଆଦିଲ୍ଲୀ: ମାତ୍ର କିଛି ମିନିଟରେ ହୋଇ ପାରିବ ୫ ଶହ ବର୍ଷର କାଲକୁଲେସନ୍। ସାଧାରଣ କମ୍ପ୍ୟୁଟରଠାରୁ ହଜାରେ ଗୁଣା ସ୍ପିଡରେ କରିବ କାମ । ଦେଶ ଉଦ୍ଦେଶ୍ୟରେ ଏଭଳି ୩ଟି ସୁପର କମ୍ପ୍ୟୁଟରକୁ ସମର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯାହାର ନାଁ ରଖାଯାଇଛି ‘ପରମ ରୁଦ୍ର’।

ମହାଦେବଙ୍କ ରୁଦ୍ର ଅବତାର ନାଁରେ ଏହାର ନାମକରଣ କରାଯାଇଛି। ଦେଶ ପାଇଁ ଏହି ସୁପର କମ୍ପ୍ୟୁଟରର ଉପଲବ୍ଧି ମାଇଲଷ୍ଟୋନ୍ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।ନ୍ୟାସନାଲ ସୁପର କମ୍ପ୍ୟୁଟିଙ୍ଗ ମିଶନ ଅନ୍ତର୍ଗତ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ତିଆରି ହୋଇଛି ୩ଟି ସୁପର କମ୍ପ୍ୟୁଟର। ଏଥିପାଇଁ ଖର୍ଚ୍ଚ ହୋଇଛି ୧୩୦ କୋଟି। ଏହାକୁ ପୁଣେ, ଦିଲ୍ଲୀ ଏବଂ କୋଲକାତାରେ ନିୟୋଜିତ କରାଯିବ। ପରିବେଶ ଓ ଜଳବାୟୁ ସହ ବିଜ୍ଞାନ, ସ୍ୱାସ୍ଥ୍ୟ ଓ ମହାକାଶ ବିଜ୍ଞାନ କ୍ଷେତ୍ରରେ ଏହି ସୁପର କମ୍ପ୍ୟୁଟର ସହଯୋଗ କରିବ। ଏକାସଙ୍ଗେ ହଜାରେ କମ୍ପ୍ୟୁଟରର କାମ କରିବ ସୁପର କମ୍ପ୍ୟୁଟର ‘ପରମ ରୁଦ୍ର’।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking