ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଘଟିଛି । ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ମହିଳାଙ୍କ ମୃତ୍ରାଶୟ ନଳୀ କାଟିଦେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ମହୋନା ବ୍ଲକ୍ ଅନ୍ତର୍ଗତ ଢେପାଗୁଡା ଗ୍ରାମର ଭାଗ୍ୟଲକ୍ଷ୍ମୀ ଗୌଡ଼ ୪ ମାସ ପୂର୍ବେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରିବାର କଲ୍ୟାଣ ଯୋଜନା ମାଧ୍ୟମରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରିବାକୁ ସୋମବାର ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନୀୟ ଆଶା ଦିଦି ଆଣିଥିଲେ । ହେଲେ ଅସ୍ତ୍ରୋପଚାର ବେଳେ ଡାକ୍ତର ଛୁଆଘରା ନଳୀ ସହ ମୂତ୍ରାଶୟ ନଳୀଟିକୁ କାଟିଦେଇଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ସେ ୪ ଦିନ ହେଲା ଚିକିତ୍ସାଧୀନ ଅଛନ୍ତି । ଅପରପକ୍ଷରେ ଏ ନେଇ ମେଡିକାଲର କୌଣସି ଡାକ୍ତରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।