ଭୁବନେଶ୍ୱର: ପାରାଦୀପରୁ ବଡବିଲ ପର୍ଯ୍ୟନ୍ତ ରାସ୍ତା ହେବ ୮ ଲେନ ବିଶିଷ୍ଟ । ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀଙ୍କ ଆଲୋଚନାରେ ଏହି ନିଷ୍ପତ୍ତି ହୋଇଛି । ନିଷ୍ପତ୍ତି ସଂପର୍କରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି । ପାରାଦୀପରୁ ବଡବିଲ ୩ ଶହ କିମି ରାସ୍ତା ହେବ ୮ ଲେନ ବିଶିଷ୍ଟ । ୩ ଶହ କିମି ରାସ୍ତା ୮ ଲେନ କରିବାକୁ ନୀତିନ ଗଡକରୀ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦୁଝରରୁ ଖଣିଜ ଦ୍ରବ୍ୟ ପରିବହନରେ ରାସ୍ତା ବଡ ଭୂମିକା ନେବ ବୋଲି ସେ କହିଛନ୍ତି ।