ଭୁବନେଶ୍ୱର : ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚର ତଦନ୍ତ ଆରମ୍ଭ । ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ବଡ ବୟାନ । ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚର ତଦନ୍ତ ଚାଲିଛି । ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ । ଜଣେ ଯଦି ସର୍ବସମ୍ମୁଖରେ ରାଜକୋଷକୁ ଲୁଣ୍ଠନ କରିବେ ଏହା କେବେ ଗ୍ରହଣୀୟ ହେବ ନାହିଁ । ଆମ ସରକାର ଏକଥାକୁ ପୂରା ନଜର ରଖିଛି । ଅପେକ୍ଷା କରନ୍ତୁ, ତଦନ୍ତ ଚାଲିଛି, କାର୍ଯ୍ୟାନୁଷ୍ଠାନ ହେବ । ହେଲିକପ୍ଟର କିଏ ନେଇପାରିବ, ତାର ଏକ ବିଧି ରହିଛି । ଏହାର ଉଲ୍ଲଂଘନ ହେଲେ, କାର୍ଯ୍ୟାନୁଷ୍ଠାନ ପାଇଁ ବାଧ୍ୟ । ଯିଏ ଦୋଷ କରିଛି, ତା ଉପରେ କାର୍ଯ୍ୟାନୁଷ୍ଠାନ ହେବ । ଲୋକ ମଧ୍ୟ ଏହାକୁ ଚାହିଁ ରହିଛନ୍ତି ।