27.1 C
Bhubaneswar
Sunday, September 8, 2024
Homeଓଡିଶାତିନି ରଥର ତୁମ୍ବ ଗୁଡିକରେ ପନ୍ଦାରି ଗାଡ଼ ଖୋଦେଇ ଜାରୀ

ତିନି ରଥର ତୁମ୍ବ ଗୁଡିକରେ ପନ୍ଦାରି ଗାଡ଼ ଖୋଦେଇ ଜାରୀ

ପୁରୀ: ଆଜି ରଥ ନିର୍ମାଣର ଏକାଦଶ ଦିବସ ରେ ରଥ ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକା ରେ ରଥ ଖଳା ଠାରେ ଉପସ୍ଥିତ ହୋଇ ତିନି ରଥ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ଗତକାଲି ସୁଦ୍ଧା ମହାରଣା ସେବକ ମାନେ ତିନି ରଥର ୪୨ ତୁମ୍ବର ୧୬ ଯୋଡା ବିନ୍ଧ କାର୍ଯ୍ୟ ଶେଷ କରି ତୁମ୍ବ ଉଭୟ ପାର୍ଶ୍ୱରେ ପନ୍ଦାରି ବଳା ବସିବା ପାଇଁ ପନ୍ଦାରି ଗାଡ଼ ଖୋଦେଇ କାର୍ଯ୍ୟ ଆରମ୍ଭ କରିଥିଲେ । ଆଜି ସୁଦ୍ଧା ତିନିରଥ ର ୪୨ ଗୋଟି ତୁମ୍ବ ର ଉଭୟ ପାର୍ଶ୍ୱର ମଧ୍ୟ ଭାଗରେ ପନ୍ଦାରି ବଳା ଆସିବା ପାଇଁ ତିନି ରଥର ମହାରଣା ସେବକ ମାନେ ନିହାଣ ରେ ଗୋଲାକାର ଗାଡ଼ ଖୋଦେଇ କାର୍ଯ୍ୟ ଜାରୀ ରଖିଛନ୍ତି ।

ସୂଚନା ଥାଉ ଯେ, ଆସନ୍ତା କାଲି ତା ୨୨.୫.୨୦୨୪, ବୁଧବାର ବୈଶାଖ ଶୁକ୍ଲ ଚତୁର୍ଦ୍ଦଶୀ ମହାପ୍ରଭୁ ଶ୍ରୀ ନୃସିଂହ ଦେବଙ୍କ ଜନ୍ମ ତିଥିରେ ଗୁଜ ଅନୁକୂଳ ପୂଜା ଅନୁଷ୍ଠିତ ହେବ । ଏଥିସହ ଅର କଟା ଅନୁକୂଳ, ଅର ଭୁଞ୍ଜା ଅନୁକୂଳ ଏବଂ ଜନ୍ତା ପଟାରେ ବିନ୍ଧ ଅନୁକୂଳ ପୂଜା ତିନି ରଥ ର ମୁଖ୍ୟ ମହାରଣା ସେବକ ମାନଙ୍କ ଦ୍ୱାରା ପରମ୍ପରା ପ୍ରକାରେ ଅନୁଷ୍ଠିତ ହେବ । ସେଥିପାଇଁ ଆଜି ରଥ ଅମୀନ ଲକ୍ଷ୍ମଣ ମହାପାତ୍ର ଭୋଇ ସେବକଙ୍କ ସହାୟତା ରେ ତିନି ରଥ ଚାଳି କୁ ଗୁଜ, କୁଡୁକା ଏବଂ ଜଳ ଯନ୍ତ୍ର ନିର୍ମାଣ ପାଇଁ ପ୍ରଥମ ଦଫାରେ ୧୦ ଗୋଟି ଲେଖାଏଁ ୧୨ ଫୁଟିଆ ଧଉରା ଏବଂ ଅସନ ଗୋଟା କାଠ ଯୋଗାଇଛନ୍ତି ।

ଏଥିସହ ତିନି ରଥର ଦୁଇଟି ନାହାକା ଚକା ର ଅର ନିର୍ମାଣ ପାଇଁ ତିନି ରଥ ଚାଳି କୁ ୧୧ ଗୋଟି ଲେଖାଏଁ ୧୨ ଫୁଟିଆ ଅର ପଟା ଯୋଗାଇ ଛନ୍ତି, ତଥା ପ୍ରତେକ ଚାଳି କୁ ୭ ଟି ଲେଖାଏଁ ଚକ ନିର୍ମାଣ ପାଇଁ ପ୍ରଥମ ଦଫା ପଇ ଯୋଗାଇ ଦେଇଛନ୍ତି । ଅନ୍ୟପଟେ ଦୋଳ ବେଦୀ ସ୍ଥିତ ଅସ୍ଥାୟୀ କମାର ଶାଳ ରେ ତିନି ରଥର ଓଝା ସେବକ ମାନେ ଅର କଣ୍ଟା ନିର୍ମାଣ ସହ ପନ୍ଦାରି ବଳା ପୋଡ଼ା କାର୍ଯ୍ୟ ଓ ମଠା କାର୍ଯ୍ୟ ଜାରି ରଖିଛନ୍ତି । ଆଜି ରଥ ନିର୍ମାଣ ର ଏକାଦଶ ଦିବସ ରେ ୬୦ ଜଣ ମହାରଣା, ୬୦ ଜଣ ଭୋଇ, ୪ ଜଣ କରତିଆ, ଜଣେ ତୁମ୍ବ ବିନ୍ଧ କାରିଗର, ଜଣେ ପାହୀ ମହାରଣା ସେବକ ଏବଂ ୧୫ ଜଣ କମାର ସେବକ ଓ ଜଣେ ରଥ ଖଳା ସହାୟକ କାର୍ଯ୍ୟ ରେ ଲାଗିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking