29.1 C
Bhubaneswar
Monday, November 18, 2024
Homeଓଡିଶାତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, କେହି ପାଳିଲେନି ନିୟମ : ଏସ୍‌ଇସି କ୍ଷୁବ୍ଧ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, କେହି ପାଳିଲେନି ନିୟମ : ଏସ୍‌ଇସି କ୍ଷୁବ୍ଧ

ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ, କଡ଼ା ପଦକ୍ଷେପ ନିଅ
ଭୁବନେଶ୍ୱର:  କୋଭିଡ୍ ନିୟମ ଭିତରେ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନା ହେବ । ଅଧିକାରୀଙ୍କ ସହ ପ୍ରାର୍ଥୀମାନେ ଏହି ନିୟମକୁ କଡ଼ାକଡ଼ି ପାଳନ କରିବେ । ଏଥିରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ  ଜାରିହୋଇଥିôବା ଏହି ନିର୍ଦ୍ଦେଶନାମାକୁ ଅଧିକାଂଶ ରାଜନୈତିକ ଦଳ ଗୁରୁତ୍ୱ ଦେଉନାହାନ୍ତି । ପ୍ରାର୍ଥୀ ଓ ପ୍ରାର୍ଥିନୀ ପଟୁଆର କରି ଆସୁଛନ୍ତି। ଫଳରେ ରାଜ୍ୟ ନିର୍ବାଚନ କମିଶନର୍ ଆଦିତ୍ୟ ପ୍ରସାଦ ପାଢ଼ୀ ଭୀଷଣ କ୍ଷୁବ୍ଧ ହୋଇଛନ୍ତି । ପୁଲିସ ମହାନିର୍ଦ୍ଦେଶକଙ୍କୁ କଠୋର ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମନୋନୟନପତ୍ର ଦାଖଲ ସମୟରେ ସମସ୍ତ ପ୍ରାର୍ଥୀ, ସମର୍ଥକ ଏବଂ ଅନ୍ୟାନ୍ୟ ବ୍ୟକ୍ତି ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଥିଲା ।

ସେହି ଅନୁଯାୟୀ, ମନୋନୟନପତ୍ର ଦାଖଲ ବେଳେ ପ୍ରାର୍ଥୀ କିମ୍ବା ତାଙ୍କର ଜଣେ ପ୍ରସ୍ତାବକ ନିର୍ବାଚନ ଅଧିକାରୀଙ୍କ ପ୍ରକୋଷ୍ଠକୁ ପ୍ରବେଶ କରିବା କଥା । ହେଲେ ତାହା ହେଉନାହିଁ । ଏହି ପ୍ରସଙ୍ଗରେ ଗୁରୁବାର ରାଜ୍ୟ ନିର୍ବାଚନ କମିଶନର୍‌(ଏସଇସି) ଶ୍ରୀ ପାଢ଼ୀ କହିଛନ୍ତି ଯେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାର୍ଥୀ ନିଜର ନାମାଙ୍କନପତ୍ର ଦାଖଲ ସମୟରେ କୋଭିଡ୍‌-୧୯ ନିୟମାବଳୀ ଉଲ୍ଲଘଂନ କରିବା ସହ ପ୍ରବଳ ଜନଗହଳି ହେଉଥିବା ନଜରକୁ ଆସିଛି । ଏହା ଆଦୌ ହେବା କଥା ନୁହେଁ । ଏହା ସମ୍ପୂର୍ଣ୍ଣ ନିୟମ ବିରୋଧୀ । କାରଣ ଗତ ୧୫ ଜାନୁଆରୀ ୨୦୨୨ରେ ଅନୁଷ୍ଠିତ ଜିଲ୍ଲାପାଳ-ଆରକ୍ଷୀ ଅଧୀକ୍ଷକ ସମ୍ମିଳନୀରେ ସ୍ପଷ୍ଟଭାବେ ଏ ବିଷୟରେ ଉଲ୍ଲେଖ କରାଯାଇଥିଲା ।

ଜଣେ ଡିଏସ୍‌ପି ପାହ୍ୟାର ପୁଲିସ ଅଧିକାରୀଙ୍କୁ କୋଭିଡ୍ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯିବ ଓ ପ୍ରାର୍ଥୀଙ୍କର ନାମାଙ୍କନପତ୍ର ଦାଖଲ ଓ ନିର୍ବାଚନୀ ବୈଠକ ସମୟରେ ହେଉଥିବା ଭିଡକୁ ନିୟନ୍ତ୍ରଣ ସହ କଡ଼ାକଡ଼ି ଭାବେ କୋଭିଡ୍‌–୧୯ ନିୟମାବଳୀର ଅନୁପାଳନ ବି ହେବା କଥା । ଏଥିନିମନ୍ତେ କଡ଼ା ନିର୍ଦ୍ଦେଶ ଥିବା ସତ୍ତ୍ୱେ ତାହା ପାଳନ ହୋଇନାହିଁ । ଶ୍ରୀ ପାଢ଼ୀ ପୁଣି କହିଛନ୍ତି ଯେ ଜାନୁଆରୀ ୧୭ରୁ ଆରମ୍ଭ ହୋଇଥିବା ନାମାଙ୍କନ ଶୁକ୍ରବାର ଅର୍ଥାତ୍ ୨୧ ଜାନୁଆରୀରେ ଶେଷହେବ । ଶେଷଦିନରେ ନାମାଙ୍କନ ବେଳେ ପ୍ରବଳ ଜନଗହଳି ହେବାର ଆଶଙ୍କା କରାଯାଉଛି । ତେଣୁ ନାମାଙ୍କନପତ୍ର ଦାଖଲ ସମୟରେ ହେଉଥିବା ଭିଡ଼ ନିୟନ୍ତ୍ରଣ ସହ କୋଭିଡ୍‌-୧୯ ନିର୍ଦ୍ଦେଶାବଳୀର କଡ଼ାକଡ଼ି ଅନୁପାଳନ ନିମନ୍ତେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ ।

ଏନେଇ ତାଙ୍କୁ ନିର୍ଦ୍ଦେଶ ଜାରି ହୋଇଛି ବୋଲି ଶ୍ରୀ ପାଢ଼ୀ ପ୍ରକାଶ କରିଛନ୍ତି । ଉଲ୍ଲେଖନୀୟ ଯେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଗତ ୧୭ ତାରିଖରୁ ଆରମ୍ଭ ହୋଇଛି  ମନୋନୟନ ପତ୍ର ଦାଖଲ । ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି କାର୍ଯ୍ୟାଳୟ ଏବଂ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମନୋନୟନପତ୍ର ଗ୍ରହଣ କରାଯାଇଛି । ୨୧ ପର୍ଯ୍ୟନ୍ତ ତାହା ଚାଲିବ ଓ୨୨ରେ ପ୍ରାର୍ôଥପତ୍ର ଯାଞ୍ଚ କରାଯିବ । ୨୫ ତାରିଖ ଯାଏ ପ୍ରାର୍ôଥପତ୍ର ପ୍ରତ୍ୟାହାରର ସୁଯୋଗ ଥିବା ବେଳେ ସେହିଦିନ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ଏଥର ବୁଥ୍ ଗଣତି ବଦଳରେ ବ୍ଲକ୍‌ସ୍ତରରେ ଗଣତି କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking