ନୂଆଦିଲ୍ଲୀ: ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲାବଲ୍ ଭୁଟ୍ଟୋ ଜର୍ଦ୍ଦାରୀ ମେ ୪ ତାରିଖରେ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀ ପହଞ୍ଚିବେ । ମେ ୪-୫ରେ ଗୋଆରେ ହେବାକୁ ଥିବା ସାଂଘାଇ କୋ-ଅପରେସନ୍ ଅର୍ଗାନାଇଜେସନ୍ (ଏସ୍ସିଓ)ର ବିଦେଶ ମନ୍ତ୍ରୀଙ୍କ ବୈଠକରେ ସେ ଭାଗନେବେ ।
୨୦୧୪ ପରେ କୌଣସି ପାକିସ୍ତାନୀ ମନ୍ତ୍ରୀଙ୍କ ଏହା ପ୍ରଥମ ଭାରତ ଗସ୍ତ ହେବ । ୨୦୧୪ରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫ୍ ଭାରତ ଗସ୍ତରେ ଆସିଥିଲେ ।