ଇସ୍ଲାମ୍ବାଦ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଡୋନାଲ୍େଡା ଟ୍ରମ୍ପ ଜିତିଛନ୍ତି । ହେଲେ ଟ୍ରମ୍ପ ଜିତିବା ପରେ ପାକିସ୍ତାନରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ପାକିସ୍ତାନର ଜଣେ ଯୁବତୀ ଏକ ଭିଡିଓରେ କହିଛନ୍ତି, ସେ ଟ୍ରମ୍ପଙ୍କ ଝିଅ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓରେ ଯୁବତୀ ଜଣକ କହିଛନ୍ତି, ଟ୍ରମ୍ପ ମୋ ବାପା, ଏଥିରେ କେହି ସନ୍ଦେହ ନ କରିବା ଉଚିତ । ଭିଡିଓରେ ଯୁବତୀ ଜଣକ ନିଜକୁ ମୁସଲିମ୍ କହିବା ସହିତ ଟମ୍ପଙ୍କ ନିଜ ସନ୍ତାନ ବୋଲି କହିଛନ୍ତି ।
Does @realDonaldTrump know he has children in Pakistan who speak Urdu & English in Punjabi? pic.twitter.com/anhRKbiLGo
— Pakistan Untold (@pakistan_untold) November 6, 2024
ପାକିସ୍ତାନୀ ମିଡିଆ ସାମ୍ନାରେ ଏହା କହିଛନ୍ତି । ତେବେ ଏପର୍ଯ୍ୟନ୍ତ ଭିଡିଓର ସତ୍ୟତା ଜଣାପଡିନାହିଁ । ଯୁବତୀଙ୍କ ମାନସିକ ସ୍ଥିତି ବିଷୟରେ କୌଣସି ସୂଚନା ମିଳିନାହିଁ । ଯୁବତୀ ଜଣକ ଆହୁରି କହିଛନ୍ତି, ଟ୍ରମ୍ପ ସବୁବେଳେ ମୋ ମା’କୁ କୁହନ୍ତି, ସେ ମୋର ଧ୍ୟାନ ରଖିପାରନ୍ତି ନାହିଁ । ଭିଡିଓଟି ଅକ୍ଟ୍ରବଳସଗ୍ଦଗ୍ଧବଦ୍ଭପଙ୍କଦ୍ଭଗ୍ଧକ୍ଟକ୍ଷୟ ଆକାଉଣ୍ଟରେ ସେୟାର ହୋଇଛି । ଯାହାକୁ ଏପର୍ଯ୍ୟନ୍ତ ୭୫ ହଜାରରୁ ଅଧିକ ଭିୟୁ ହୋଇସାରିଛି । ସୂଚନାଯୋଗ୍ୟ , ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କମଲା ହାରିସଙ୍କୁ ହରାଇ ଦ୍ୱିତୀୟ ଥର ରାଷ୍ଟ୍ରପତି ହୋଇଛନ୍ତି । ଟ୍ରମ୍ପ ଏହା ପୂର୍ବରୁ ୨୦୧୬ରେ ନିର୍ବାଚନ ଲଢି ଜିତିଥିଲେ । ୨୦୨୦ ନିର୍ବାଚନରେ ବାଇଡେନଙ୍କ ଠାରୁ ହାରିଥିଲେ ଟ୍ରମ୍ପ । କିନ୍ତୁ ଏଥର ନିର୍ବାଚନରେ ଜିତିଛନ୍ତି ।