କୁଆଲା ଲୁମ୍ପୁର : ବକେୟା ଅର୍ଥ ପୈଠ କରିନଥିବାରୁ ମାଲେସିଆର କୁଆଲା ଲୁମ୍ପୁର ଏୟାରପୋର୍ଟରେ ପାକିସ୍ତାନ ଏୟାରଲାଇନ୍ସ (ପିଆଇଏ)ର ଏକ ବୋଇଙ୍ଗ୍ ୭୭୭ ବିମାନକୁ ଜବତ କରାଯାଇଛି । ଲିଜ୍ ସୂତ୍ରରେ ଅଣାଯାଇଥିବା ଉକ୍ତ ବିମାନର ଅର୍ଥ ପୈଠ କରାଯାଇନଥିବାରୁ ଏୟାରକ୍ୟାପ୍ ହୋଲଡିଂ ନାମକ ଏହି କମ୍ପାନୀ ମାଲେସିଆ କୋର୍ଟରେ ପିଟିସନ ଦାଏର କରିଥିଲା ।
କୋର୍ଟ ନିର୍ଦ୍ଦେଶକ୍ରମେ ମେ’ ୨୯ରେ ବିମାନକୁ ଜବତ କରାଯାଇଛି । ଅଟକିଥିବା ବିମାନଯାତ୍ରୀଙ୍କୁ ଅନ୍ୟ ଏକ ବିମାନରେ ଗନ୍ତବ୍ୟସ୍ଥଳକୁ ନିଆଯାଇଛି ବୋଲି ପିଆଇଏ ମୁଖପାତ୍ର ସୂଚନା ଦେଇଛନ୍ତି । ବିଗତ ଦୁଇବର୍ଷ ମଧ୍ୟରେ ଏଭଳି ପରିସ୍ଥିତିରେ ପିଆଇଏ ବିମାନ ଜବତ କରାଯିବାରେ ଏହା ହେଉଛି ଦ୍ୱିତୀୟ ଘଟଣା ।