28.1 C
Bhubaneswar
Friday, May 15, 2026
Homeଦେଶ ବିଦେଶପହଲଗାମ୍ ଆକ୍ରମଣ: ହୋଇପାରେ କି ଯୁଦ୍ଧ

ପହଲଗାମ୍ ଆକ୍ରମଣ: ହୋଇପାରେ କି ଯୁଦ୍ଧ

ନୂଆଦିଲ୍ଲୀ : ପହଲାଗାମ ଆତଙ୍କୀ ହମଲା ପରେ ଆକ୍ସନ ମୋଡରେ ଭାରତ ସରକାର । ଅନ୍ୟପଟେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ ଏକ ଟିଭି ସାକ୍ଷାତକାରରେ ଚେତାବନୀ ଦେଇଛନ୍ତି ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ ଏହାରି ପ୍ରତିବାଦରେ ଭାରତ ଯେଉଁ ପଦକ୍ଷେପ ନେଇଛି ତାହା ଦୁଇ ପଡ଼ୋଶୀ ଦେଶ ମଧ୍ୟରେ “ସର୍ବକାଳୀନ ଯୁଦ୍ଧ” ସୃଷ୍ଟି କରିପାରେ। ଯଦି ଯୁଦ୍ଧ ହୁଏ, ଭାରତ – ପାକିସ୍ତାନ ବାଣିଜ୍ୟକୁ ସିଧାସଳଖ ପ୍ରଭାବିତ କରିବ ଏହା ସହିତ ବଜାର ଉପରେ ଏକ ବଡ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି । ଭାରତ ପାକିସ୍ତାନରୁ ଅନେକ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆମଦାନୀ କରୁଛି। ଏବଂ ବାଣିଜ୍ୟରେ ବାଧା ଗ୍ରାହକଙ୍କୁ ଗୁରୁତର ଭାବରେ ପ୍ରଭାବିତ କରିବାର ସମ୍ଭାବନା ଅଛି। ଭାରତ ପାକିସ୍ତାନରୁ ଫଳ, ସିମେଣ୍ଟ, ମୁଲତାନି ମାଟି, କପା, ଇସ୍ପାତ ଏବଂ ଚମଡା ସାମଗ୍ରୀ ମଧ୍ୟ ଆଣେ – ଏସବୁ ଏବେ ମହଙ୍ଗା କିମ୍ବା ପାଇବା କଷ୍ଟକର ହୋଇପାରେ। କୂଟନୈତିକ ସମ୍ପର୍କ ଛିନ୍ନ ହେବା ଏବଂ ବାଣିଜ୍ୟ ପଥ ବାଧାପ୍ରାପ୍ତ ହେବା ସହିତ ଭାରତର ଗ୍ରାହକମାନେ ଖୁବ୍‌ଶୀଘ୍ର ସେମାନଙ୍କ ପକେଟ ଉପରେ ପ୍ରଭାବ ଅନୁଭବ କରିପାରନ୍ତି ବୋଲି ଆକଳନ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking