ଯାଜପୁର (ଓଏନଏ): ଚାଷୀ ସୁଲଭ ମୂଲ୍ୟରେ ଧାନ ବିକ୍ରି କରିବା ପାଇଁ ସମବାୟ ସମିତି ପକ୍ଷରୁ ମଣ୍ଡି ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ବିକ୍ରି ହେଇପାରୁ ନାହିଁ ଧାନ l ଚାଷୀ ମାନଙ୍କୁ ଧାନ ବିକ୍ରି ପାଇଁ ସମବାୟ ସମିତି ପକ୍ଷରୁ ଟୋକନ ମିଳିଥିଲେବି ଚାଷୀ ଧାନ ବିକ୍ରିରୁ ବଞ୍ଚିତ ରୋହୁଛି l ସୁକିନ୍ଦା ବ୍ଲକରେ ଛଅ ଗୋଟି ସମବାୟ ସମିତି ରହିଥିଲା ବେଳେ ବ୍ୟପକ ଦୁର୍ନୀତି ହବା ସହିତ ସମିତିର ସେକ୍ରେଟେରୀ ମାନେ ଚାଷୀଙ୍କୁ ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି କୃଷକ ସଙ୍ଗଠନ l ସରକାର ଚାଷୀମାନଙ୍କ ଧାନ ତୁରନ୍ତ କିଣିବା ସହିତ ଦୁଦୁଝରି ସମବାୟ ସମିତିର ସେକ୍ରେଟେରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ଦାବିରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ 53 ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ଚାଷୀ l ଆନ୍ଦୋଳନ ସ୍ଥଳ ରୁ ଆନ୍ଦୋଳନ କାରୀ ଙ୍କୁ ବଳ ପୂର୍ବକ ଉଠେଇଲା ପୋଲିସ , ଏହିଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଛକ 53 ନଂ ଜାତୀୟ ରାଜପଥ ଉପରେ ଆଜି ନବ ନିର୍ମାଣ କୃଷକ ସଙ୍ଗଠନ ତରଫ ରୁ ରାସ୍ତାରୋକ କରାଯାଇଥିଲା , ପାଖାପାଖି 3 ଘଣ୍ଟା ଧରି ମୁଖ୍ୟ ରାସ୍ତା କୁ ଅବରୋଧ କରିଥିଲେ ଚାଷୀ , ଜାହାଫଳ ରେ ରାସ୍ତା ର ଦୁଇ ପାର୍ଶ୍ୱ ରେ ଶହ ଶହ ଗାଡି ଅଟକି ରହିଥିଲା