26.1 C
Bhubaneswar
Thursday, July 4, 2024
Homeଦେଶ ବିଦେଶଦକ୍ଷିଣ କାଲିଫର୍ଣ୍ଣିଆର ସମୁଦ୍ର ତଟରେ ଓଲଟିଲା ଡଙ୍ଗା; ୮ ଜଣଙ୍କର ମୃତ୍ୟୁ

ଦକ୍ଷିଣ କାଲିଫର୍ଣ୍ଣିଆର ସମୁଦ୍ର ତଟରେ ଓଲଟିଲା ଡଙ୍ଗା; ୮ ଜଣଙ୍କର ମୃତ୍ୟୁ

କାଲିଫର୍ଣ୍ଣିଆ: ଦକ୍ଷିଣ କାଲିଫର୍ଣ୍ଣିଆର ସମୁଦ୍ର ତଟରେ ମାନବ ତସ୍କରୀ କରୁଥିବା ଦୁଇଟି ଡଙ୍ଗା ଓଲଟିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଛି । ଦୁଇଟି ସନ୍ଦିଗ୍ଧ ଡଙ୍ଗା ଓଲଟିଯିବାରୁ ଅତିକମରେ ୮ ଜଣ ଲୋକ ମରିଥିବା ଉଦ୍ଧାରକାରୀ ଦଳ ସୂଚନା ଦେଇ କହିଛନ୍ତି । ମାଛ ଧରିବାକୁ ଯାଇଥିବା ଡଙ୍ଗା ବୁଡିଯାଇଥିବା ଖବର ମିଳିଥିଲା। ଯେଉଁଥିରେ ୮ ଜଣ ଲୋକ ଥିଲେ । ଏହାପରେ ତୁରନ୍ତ ଲାଇଫଗାର୍ଡ ପକ୍ଷରୁ ସନ୍ଧାନ କରିବା ପରେ ଜାଣିବାକୁ ମିଳିଥିଲା କି, ୨ଟି ଡଙ୍ଗା ଓଲଟିବା ଫଳରେ ଏଥିରେ ଥିବା ୨୩ ଜଣଙ୍କ ମଧ୍ୟରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଆଉ ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଡଙ୍ଗା କେମିତି ଓଲଟିଲା, ତା’ର ମୁଖ୍ୟ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ଏହାକୁ ନେଇ ସେନ ଡିଏଗୋର ରେସକ୍ୟୁ ଡିପାର୍ଟମେଣ୍ଟ ଲାଇଫଗାର୍ଡ ପକ୍ଷରୁ ସୂଚନା ମିଳିଛି କି, ଯେଉଁମାନେ ବୁଡି ମରିଛନ୍ତି, ସେମାନେ କେଉଁ ଦେଶର ଜଣାପଡିନାହାନ୍ତି । ତେବେ ଦକ୍ଷିଣ ଏବଂ ମଧ୍ୟ ଆମେରିକାରୁ ଅନେକ ସଂଖ୍ୟକ ଲୋକ ଅବୈଧ ଭାବେ ଆମେରିକା ସୀମା ପାର କରୁଛନ୍ତି । ତେଣୁ ସେମାନେ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking