30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଏହି କମ୍ପାନୀ ରୁ ୮୦୦ କର୍ମଚାରୀଙ୍କୁ ଅଫିସ ଆସି ଇସ୍ତଫା ଦେବାକୁ କୁହାଯାଇଛି

ଏହି କମ୍ପାନୀ ରୁ ୮୦୦ କର୍ମଚାରୀଙ୍କୁ ଅଫିସ ଆସି ଇସ୍ତଫା ଦେବାକୁ କୁହାଯାଇଛି

ନୂଆଦିଲ୍ଲୀ :  ଏଡେଟେକ ଷ୍ଟାର୍ଟ ଅପରୁ ୮୦୦ କର୍ମଚାରୀଙ୍କୁ ଅଫିସ ଆସି ଇସ୍ତଫା ଦେବାକୁ କୁହାଯାଇଛି । ମାର୍ଚ୍ଚ ୧୮ ରେ କମ୍ପାନୀ ବିସ୍ତୁୃତ ଭାବରେ କାମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା । ଏପ୍ରିଲ ୧୮ ସୁଦ୍ଧା ଅଫିସକୁ ଫେରିବାକୁ କହିଥିଲେ । କର୍ମଚାରୀ ମାନେ ସେମାନଙ୍କ କାମ ଶେଷ କରି ଡିପୋଜିଟ କରିବା ନେଇ ଦୁଇ ମାସର ସମୟ ମଧ୍ୟ ପାଇଥିଲେ । ଇସ୍ତଫା ଦେଇଥିବା ଜଣେ କର୍ମଚାରୀ କହିଛନ୍ତି କି , ଏତେ କମ ସମୟରେ ଅଫିସ ରେ ଯୋଗାଦନ କରିବା ସହଜ ହୋଇ ପାରି ନଥିଲା । ହ୍ୱାଇଟହାର୍ଟ କୋଡିଂ ଶିଖିବା ପାଇଁ ଏକ ପ୍ଲାଟଫର୍ମ ।

ଏହାର କର୍ମଚାରୀ ଙ୍କୁ ଏକ ମାସ ମଧ୍ୟରେ ଅଫିସ ଫେରିବାକୁ କୁହାଯାଇଥିଲା । ସେଲସ କୋଡିଂ ବିଭାଗ ରୁ ୮୦୦ କର୍ମଚାରୀ ଏକସଙ୍ଗେ ଇସ୍ତଫା ଦେଲେ । ଅଧିକ କର୍ମଚାରୀ ସେମାନଙ୍କ ପେପର ଆସନ୍ତା ମାସରେ ଡିପୋଜିଟ କରିବା ନେଇ ଭାବିଥିଲେ । କମ୍ପାନୀ ରେ ଅନେକ କିଛି କ୍ଷତି ହୋଇଯାଇଥିଲା । ହ୍ୱାଇଟ ହାର୍ଟର ଅଫିସ ଗୁରୁଗ୍ରାମ, ମୁମ୍ବାଇ, ଏବଂ ବେଙ୍ଗାଲୁରରେ ରହିଛି । ଦୁଇ ବର୍ଷ ଧରି ଘରେ ରହି କର୍ମଚାରୀ ମାନେ କାମ କରୁଥିବା ବେଳେ ସେମାନଙ୍କ ମାସିକ ଦରମା ବୃଦ୍ଧି ନେଇ ମଧ୍ୟ ଭାବିଥିଲେ । ଘରୁ କାମ ଜାରି ରଖିବେ ବୋଲି ସେମାନେ କହୁଥିବା ବେଳେ ଏପ୍ରିଲ ୧୮ ସୁଦ୍ଧା ଅଫିସରେ ପହଁଚିବାକୁ ସେମାନଙ୍କୁ କୁହାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking