19.1 C
Bhubaneswar
Saturday, December 28, 2024
Homeଦେଶ ବିଦେଶଇସ୍କନ ମନ୍ଦିରରେ ବଡ଼ ଧରଣର ଆକ୍ରମଣ : ଭଙ୍ଗାରୁଜା କଲେ ୨୦୦ରୁ ଅଧିକ ଲୋକ

ଇସ୍କନ ମନ୍ଦିରରେ ବଡ଼ ଧରଣର ଆକ୍ରମଣ : ଭଙ୍ଗାରୁଜା କଲେ ୨୦୦ରୁ ଅଧିକ ଲୋକ

ଢ଼ାକା : ବାଙ୍ଗଲାଦେଶ ସରକାରଙ୍କ ହିନ୍ଦୁ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବାର ସମସ୍ତ ପ୍ରତିଶ୍ରୁତିର ପୋଲ୍‌ ଖୋଲିଯାଇଛି । ଗୁରୁବାର ରାତିରେ ବାଙ୍ଗଲାଦେଶର ରାଜଧାନୀ ଢ଼ାକାର ଏକ ମନ୍ଦିରକୁ କିଛି ଉଗ୍ରବାଦୀ ଟାର୍ଗେଟ କରିଥିଲେ । ମନ୍ଦିରରେ ଭଙ୍ଗାରୁଜା କରିବା ସହ ଲୁଟପାଟ୍‌ କରିଥିବା ଜଣାପଡ଼ିଛି । ଏହି ସମୟରେ ଅନେକ ଲୋକ ଆହତ ହୋଇଥିବା ଖବର ମଧ୍ୟ ରହିଛି ।

ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ହାଜି ଶଫିଉଲ୍ଲାଙ୍କ ନେତୃତ୍ୱରେ ୨୦୦ରୁ ଅଧିକ ଲୋକ ଲାଲମୋହନ୍ ସାହା ଷ୍ଟ୍ରିଟ୍‌ ନିକଟସ୍ଥ ଏକ ଇସ୍କନ୍‌ ମନ୍ଦିରରେ ଲୁଟପାଟ୍ କରିବା ସହ ଭଙ୍ଗାରୁଜା କରିଥିଲେ । ଏହି ଆକ୍ରମଣରେ ଅନେକ ହିନ୍ଦୁ ଲୋକ ଆହତ ହୋଇଥିଲେ। ବାଂଲାଦେଶର ହିନ୍ଦୁ ମନ୍ଦିର ଉପରେ ଆକ୍ରମଣର ଏହା ପ୍ରଥମ ଘଟଣା ନୁହେଁ ।

ଗତ ବର୍ଷ ନିଜେ ନବରାତ୍ରୀ ସମୟରେ କିଛି ଦୁର୍ଗା ପୂଜାପାଠ ପଣ୍ଡାଲ ଉପରେ ଆକ୍ରମଣ କରାଯାଇଥିଲା । ଏହି ସମୟରେ ଅନେକ ମନ୍ଦିର ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା । ଏହି ହିଂସାରେ ୨ ହିନ୍ଦୁଙ୍କ ସମେତ ୭ଜଣଙ୍କର ମୃତ୍ୟୁ ଘଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking