ବ୍ୟୁରୋ : ଚନ୍ଦ୍ରଯାନର ସଫଳତାକୁ ନେଇ ଏବେ ସାରା ଦେଶରେ ଖୁସି ଚହଳି ଯାଇଛି । ବିଶ୍ୱର ସବୁଆଡେ ଶୁଭେଚ୍ଛାର ସୁଅ ଛୁଟି ଆସୁଛି । ଏହି ସଫଳତା ପଛରେ ଓଡ଼ିଆଙ୍କ ଅବଦାନ ମଧ୍ୟ କମ୍ ନୁହେଁ । ଚନ୍ଦ୍ରଯାନ-୩ ସଫଳତା ପଛରେ ଓଡ଼ିଆ ବୈଜ୍ଞାନିକଙ୍କ ହାତ ରହିଛି । ଚନ୍ଦ୍ରଯାନ-୩ରେ ଏମାନଙ୍କ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ଖାସ୍ପା ଷ୍ଟ୍ରୀଟ୍, ବ୍ରହ୍ମପୁରର କେ. ନାଗରାଜୁ, ରାମମୋହନ ନଗର, ଢେଙ୍କାନାଳ ଭୂବନର ଡକ୍ଟର ଶରତ ଦାସ ,ବ୍ରହ୍ମପୁରର ଦେବାଶିଷ ମହାପାତ୍ର ଓ କେନ୍ଦ୍ରାପଡାରୁ ଚନ୍ଦନଗରର ସୁଶୀଲ କୁମାର ନାୟକ । ସୁଶୀଲ ୧୦ ଜଣିଆ ବୈଜ୍ଞାନିକ ଟିମର ନେତୃତ୍ୱ ନେଇଥିଲେ ।ଚନ୍ଦ୍ରଯାନ-୩ ପାଇଁ ଯେଉଁ ପ୍ରକଳ୍ପ ପ୍ରସ୍ତୁତି ହୋଇଥିଲା ତାର ରୂପରେଖ ସୁଶୀଲଙ୍କ ଦ୍ୱାରା ଏକ ଟିମ୍ କରିଥିଲା । ଏଥିପାଇଁ ୧୧ ମାସ ଆଗରୁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଥିଲା । ଏହି ଟିମର କାମ ଥିଲା ଚନ୍ଦ୍ରଯାନ ଉତକ୍ଷେପଣ ହେବା ପରଠାରୁ ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ଯାଏଁ କିପରି ବାର୍ତ୍ତା ପ୍ରେରଣ କରିବ । ୨୦୦୯ରୁ ଇସ୍ରୋରେ କାର୍ଯ୍ୟ କରିଆସୁଛନ୍ତି ସୁଶୀଲ ।