ଭୁବନେଶ୍ୱର: କମଳା ଏକ ଏପରି ସୁସ୍ୱାଦୁ ଫଳ ଯାହା ସମସ୍ତଙ୍କର ପସନ୍ଦ । ଏହାକୁ ଖାଇବା ଦ୍ୱାରା ଶରୀରରେ ଭିଟାମିନ ସିର ଅଭାବ ଦେଖାଯାଏନାହିଁ । ଏହା ଶରୀରକୁ ଚମକ ରଖିବା ସହ ସୁସ୍ଥ ରଖିଥାଏ । ତେବେ ଆସନ୍ତୁ ଜାଣିବା କମଳାର ଉପଯୋଗୀ ଗୁଣ ବିଷୟରେ ।
୧- ଏହା ଖାଇବା ଦ୍ୱାରା ଶରୀର ଥଣ୍ଡା ରହିବା ସହ , ଶରୀରର ତାପମାତ୍ରାକୁ ଠିକ ରଖିଥାଏ ।
୨- ଏହାକୁ ନିୟମିତ ସେବନ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ।
୩- ଏହା ଆମର ଆମର ପାଚନ ତନ୍ତ୍ରକୁ ସଠିକ ରଖେ ।
୪- ବାନ୍ତି , ପେଟ ଜନିତ ସମସ୍ୟା ପାଇଁ କମଳା ବହୁତ ଉପଯୋଗୀ ।
୫- କମଳାରେ ପୋଟାସିୟମ ଅଧିକ ଥିବାରୁ ଏହା ଆମ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ ।
୬- କମଳା ଆମ ଶରୀରର ହାଡ଼ ଓ ମାଂସାପଶୀକୁ ମଜଭୁଦ କରିଥାଏ ।
୭- କମଳାରେ ଥିବା ଆଣ୍ଟି ଅକସିଡ଼ାଣ୍ଟ ଯୋଗୁଁ ଏହା କ୍ୟାନସର ଭଳି ରୋଗରୁ ବଞ୍ଚାଇ ଥାଏ ।
୮- ଆଖିରର ଉଜ୍ୱଳତା ପାଇଁ କମଳା ବହୁତ ଉପଯୋଗୀ । କମଳା ରସ ଓ ମହୁ ମିଶାଇ ଶୋଇବା ସମୟରେ ଆଖିରେ ପକାଇଲେ ଆଖି ସମସ୍ୟା ଭଲ ହୋଇଥାଏ ।
୯- ଏହାର ଚୋପାକୁ ଗୁଣ୍ଡ କରି ଦାନ୍ତ ଘଷିଲେ ପାଇରିଆ ଭଳି ସମସ୍ତ ଦାନ୍ତ ରୋଗରୁ ମୁକ୍ତି ମିଳେ ।
୧୦- ଆମ ମୁହଁ ଓ କେଶ ପାଇଁ କମଳା ଅମୃତ ସଦୃଶ ହୋଇଥାଏ । ନିୟମିତ ସେବନ ଦ୍ୱାରା ମୁହଁରେ କୌଣସି ଦାଗ ରୁହେନାହିଁ ଓ କେଶ ଝଡ଼ିବା ବନ୍ଦ ହୋଇଯାଏ ।