27.1 C
Bhubaneswar
Sunday, September 29, 2024
Homeଓଡିଶାକେରଳରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

କେରଳରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ଗଞ୍ଜାମ: ଦାଦନ ଖଟିବାକୁ ଯାଇଥିବା ଜଣେ ଦଳିତ ଯୁବକଙ୍କର କେରଳରେ ମୃତ୍ୟୁ ଘଟିଛି । ଯୁବକ ଜଣକ ପାତ୍ରପୁର ବ୍ଲକ ଦେସାରୀ ଗ୍ରାମର ସୀମାଞ୍ଚଳ ନାଇକ(କାଳୁ) ୨୮ ବୋଲି ଜଣାପଡ଼ିଛି । ୧୫ ଦିନ ତଳେ ଅଞ୍ଚଳର କିଛି ସାଙ୍ଗଙ୍କ ସହିତ କାମ କରିବାକୁ କେରଳ ଯାଇଥିଲେ । ତେବେ ଗତକାଲି ଭୋର ସମୟରେ ଏକ ଛାତରେ ବସିଥିବା ବେଳେ ହଠାତ ତଳକୁ ଖସି ପଡିଥିଲେ ।

ତୁରନ୍ତ ସାଙ୍ଗମାନେ ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ଶବ ବ୍ୟବଚ୍ଛେଦ ପରେ ନିଜ ଜନ୍ମମାଟି ଦେସାରୀ ଗ୍ରାମକୁ ଆଣିବା ପାଇଁ ବ୍ୟବସ୍ଥା ଚାଲିଛି । ସୀମାଞ୍ଚଳ ଗରିବ ପରିବାରର ହୋଇଥିବା ବେଳେ ତାଙ୍କର ବିଧବା ପତ୍ନୀ ଏବଂ ୪ବର୍ଷର କନ୍ୟା ସନ୍ତାନ ଅଛନ୍ତି । ତାଙ୍କ ମୃତ୍ୟୁରେ ପରିବାରବର୍ଗ ଭାଙ୍ଗି ପଡିଛନ୍ତି । ଯାହାକୁ ନେଇ ଗ୍ରାମରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking