27.7 C
Bhubaneswar
Tuesday, April 7, 2026
Homeଓଡିଶାକାଳବୈଶାଖୀ ନେଇ ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

କାଳବୈଶାଖୀ ନେଇ ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ସାରା ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ସତର୍କ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାଜ୍ୟର ସବୁ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା। ଆସନ୍ତାକାଲି ସକାଳ ସାଢ଼େ ୮ଟା ସୁଦ୍ଧା ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ଅନ୍ୟ ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।  ସେହିପରି ଆସନ୍ତାକାଲି ୩ ଜିଲ୍ଲାକୁ ଅରେଞ୍ଜ ଓ ବାକି ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେପଟେ ଉତ୍ତର ଓଡ଼ିଶାରେ ଆରମ୍ଭ ହୋଇ ଯାଇଛି କାଳବୈଶାଖୀ ତାଣ୍ଡବ। ପ୍ରବଳ ବର୍ଷା, ପବନ ସାଙ୍ଗକୁ କୁଆପଥର ମାଡ଼ ସାଧାରଣ ଜୀବନ ଯାତ୍ରାକୁ ପ୍ରଭାବିତ କରିଛି। ବାଲେଶ୍ବର ସହରରେ ପ୍ରବଳ କୁଆପଥର ବର୍ଷା ଦେଖିବାକୁ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking