30.1 C
Bhubaneswar
Monday, May 20, 2024
Homeଓଡିଶାବିରୋଧୀ ନା କାମ କରନ୍ତି ନା କରିବାକୁ ଦିଅନ୍ତି: ମୋଦି

ବିରୋଧୀ ନା କାମ କରନ୍ତି ନା କରିବାକୁ ଦିଅନ୍ତି: ମୋଦି

ଭୁବନେଶ୍ୱର: ପୁନର୍ବିକାଶ କାର୍ଯ୍ୟକ୍ରମରେ ବିରୋଧୀଙ୍କୁ ମୋଦିଙ୍କ ଟାର୍ଗେଟ । ବିରୋଧୀମାନେ ନା ନିଜେ କାମ କରନ୍ତି ଆଉ ନା ହି କାହାକୁ କାମ କରିବାକୁ ଦିଅନ୍ତି । ଦୁର୍ଭାଗ୍ୟବଶତଃ ବିରୋଧୀ ଆଜି ବି ପୁରୁଣୁ ଢଙ୍ଗରେ ଚାଲିଛନ୍ତି ନା ସେମାନେ କିଛି କାମ କରନ୍ତି ନା ଅନ୍ୟକୁ କାମ କରିବାକୁ ଦିଅନ୍ତି । ପ୍ରତ୍ୟେକ ଭଲ କାମକୁ ବିରୋଧୀ କରିବା ପାଇଁ ବିରୋଧୀ ଅଛନ୍ତି । ନୂଆ ସଂସଦ ଭବନ ପ୍ରତିଷ୍ଠା ହେଲା, କିନ୍ତୁ ସେମାନେ ବିରୋଧ କଲେ । କର୍ତ୍ତବ୍ୟ ପଥର ପୁନର୍ବିକାଶ ହେଲା, ଏହାକୁ ମଧ୍ୟ ବିରୋଧମାନେ ବିରୋଧ କଲେ ।

୭୦ ବର୍ଷ ଧରି ସହିଦଙ୍କ ପାଇଁ ଯୁଦ୍ଧ ସ୍ମାରକୀ ପ୍ରତିଷ୍ଠା କଲେନାହିଁ । ଆମେ ପ୍ରତିଷ୍‌ଠା କଲାପରେ ସେମାନେ ସମାଲୋଚନା କଲେ । ବିପକ୍ଷ ଦଳର ଗୋଟିଏ ବି ନେତା ଷ୍ଟାଚ୍ୟୁ ଅଫ୍ ୟୁନିଟ୍ ଯାଇନାହାନ୍ତି । ଆମେ ସକାରାତ୍ମକ ରାଜନୀତିର ମିଶନ ନେଇ ଆଗକୁ ବଢିଚାଲିଛୁ । ନକାରାତ୍ମକ ରାଜନୀତିଠାରୁ ଉର୍ଦ୍ଧ୍ୱରେ ବିରୋଧୀ ମାନେ ଆଗକୁ ବଢିଚାଲିଛୁ । ବିନା ଭେଦଭାବରେ ପୂରା ଦେଶର ବିକାଶ ଆମର ପ୍ରାଥମିକତା ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ମୋଦି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking