26.1 C
Bhubaneswar
Saturday, October 19, 2024
Homeଓଡିଶାଗ୍ରୀଷ୍ମଛୁଟିରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍‌ଲାଇନ୍ ଶିକ୍ଷା

ଗ୍ରୀଷ୍ମଛୁଟିରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍‌ଲାଇନ୍ ଶିକ୍ଷା

ଭୁବନେଶ୍ୱର: ଗ୍ରାମାଞ୍ଚଳ ଓ ଛୋଟ ସହରର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସିବିଏସ୍‌ଇ ଢାଞ୍ଚାରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିନବ ଅଭିଳାଷ କ୍ରମେ ବ୍ଲକ୍‌ସ୍ତରରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକ ପ୍ରତିଷ୍ଠା କରାଯାଇଛି । ଗ୍ରୀଷ୍ମ ଛୁଟିକୁ ଦୃଷ୍ଟିରେ ରଖି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଶୈକ୍ଷିକ କାର୍ଯ୍ୟକଳାପ ଜାରି ରଖିବା ପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଶିକ୍ଷା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ପୂର୍ବାହ୍ନ ସମୟରେ ଅନୁଷ୍ଠିତ ହେବ ଓ ସେଥିପାଇଁ ଅନ୍‌ଲାଇନ୍ ପ୍ରତିକାରମୂଳକ ଶିକ୍ଷାଦାନ ସାରଣୀ ପ୍ରସ୍ତୁତ କରାଯିବ । ଏ ସଂକ୍ରାନ୍ତରେ ଏକ ବିସ୍ତୃତ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇ ସମସ୍ତ ବିଦ୍ୟାଳୟକୁ ପ୍ରେରଣ କରାଯାଇଛି । ସେହିପରି ଜେଇଇ, ନିଟ୍ ଓ ପ୍ରତିରକ୍ଷା ପରୀକ୍ଷା ଭଳି ବିଭିନ୍ନ ଜାତୀୟସ୍ତରୀୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ଆଇକନିକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍ କୋଚିଂ ଯୋଗାଇ ଦିଆଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking