28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଏମିତି ଏକ ଗ୍ରହ ଯେଉଁଠି ପାଣି ବଦଳରେ ହୁଏ ପଥର ବର୍ଷା, ଆବିଷ୍କାର କଲେ ବୈଜ୍ଞାନିକ

ଏମିତି ଏକ ଗ୍ରହ ଯେଉଁଠି ପାଣି ବଦଳରେ ହୁଏ ପଥର ବର୍ଷା, ଆବିଷ୍କାର କଲେ ବୈଜ୍ଞାନିକ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବିଜ୍ଞାନ ଏତେ ବିକାଶ କରିଛି ଯେ, କଠିନରୁ କଠିନ କାମ ମଧ୍ୟ ସହଜ ହୋଇଯିବ । ବିଜ୍ଞାନର ବିକାଶ କାରଣରୁ ବୈଜ୍ଞାନିକଙ୍କୁ ସୌରମଣ୍ଡଳର ଦୂରରେ ଥିବା ଗ୍ରହକୁ ଖୋଜିବାରେ ମଧ୍ୟ ସହଜ କରିନେଇଛି । ଉନ୍ନତ ଟେକ୍ନୋଲୋଜି ଓ ମହାକାଶରେ ହବଲ ଭଳି ଟେଲିସ୍କୋପର ସାହାଯ୍ୟରେ ବୈଜ୍ଞାନିକମାନେ ଏଭଳି ଅଦ୍ଭୁତ ଗ୍ରହ ଖୋଜିଛନ୍ତି, ଯାହା ବିଷୟରେ ଖୋଜି ବାହାର କରିବା କଷ୍ଟକର ଥିଲା । ବୈଜ୍ଞାନିକମାନେ କିଛି ଦିନ ପୂର୍ବରୁ ଏଭଳି ଅଦ୍ଭୁତ ଗ୍ରହକୁ ଖୋଜି ବାହାର କରିବା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେବେ । ଏହା ଭିତରୁ ଗୋଟିଏ ଏଭଳି ଗ୍ରହ ରହିଛି ଯେଉଁଠି ପଥର ତରଳିବା ପରେ ବର୍ଷା ହୋଇଥାଏ, ସେଭଳି ଆଉ ଏକ ଗ୍ରହରେ ଟାଇଟାନିୟମ୍‌ ଭଳି ଧାତୁ ମଧ୍ୟ ବାମ୍ପ ପାଲଟି ଯାଇଥାଏ ।

ବୈଜ୍ଞାନିକମାନେ ଯେଉଁ ରହସ୍ୟମୟୀ ଦୁନିଆରେ ଦୁଇଟି ଗ୍ରହକୁ ଖୋଜିଛନ୍ତି, ସେହି ଦୁଇଟିର ଆକାର ଗୁରୁ ଗ୍ରହର ସମାନ ଥିଲା । ଏହି ଦୁଇଟି ଆମର ମିଲ୍‌କି ୱେ ଗାଲାକ୍ସିରେ ନିଜର ତାରାର ପାଖରେ ରହିଛି । ଏହି ଦୁଇଟି ଗ୍ରହ ତାରାର ଏତେ ପାଖରେ ରହିଛି ଯେ, ଅଧିକ ତାପମାତ୍ରା କାରଣରୁ ଗରମ୍‌ ହୋଇଯାଇଥାଏ । ଏହି ଗ୍ରହ ଉପରେ ବାଷ୍ପିକୃତ ପଥର ବର୍ଷା ହେବା ଓ ଦ୍ୱିତୀୟଟିରେ ଟାଇଟାନିୟମ୍‌ ଭଳି ଶକ୍ତିଶାଳୀ ଧାତୁ ମଧ୍ୟ ବାମ୍ପ ହେବାର କାରଣରୁ ଅଧିକ ତାପମାତ୍ରା ରହିଥାଏ । ବୈଜ୍ଞାନିକମାନେ ଦୁଇଟି ଷ୍ଟଡିରେ ଏହି ଦୁଇଟି ରହସ୍ୟମୟୀ ଗ୍ରହ ବିଷୟରେ ବିସ୍ତାର ଭାବରେ କହିଛନ୍ତି । ଏବେ ଏଥିରେ ବୈଜ୍ଞାନିକମାନେ ଆମର ଆକାଶଗଙ୍ଗାରେ ବ୍ୟାପିଥିବା ବିବିଦ୍ଧତା, ଜଟିଳତା ଓ ଅଦ୍ଭୁତ ରହସ୍ୟ ବିଷୟରେ ଜାଣି ପାରିବେ । ବାହ୍ୟଗ୍ରହରୁ ବ୍ରହ୍ମାଣ୍ଡରେ ଗ୍ରହର ତନ୍ତ୍ରରେ ବିକଶିତ ହେବାର ବିବିଧତା ବିଷୟରେ ସୂଚନା ମିଳୁଛି ।

ନେଚର ଜର୍ଣ୍ଣାଲରେ ପ୍ରକାଶିତ ଷ୍ଟଡି ଅନୁସାରେ, ବୈଜ୍ଞାନିକମାନେ ହବଲ ସ୍ପେସ୍‌ ଟେଲିସ୍କୋପ୍‌ ମାଧ୍ୟମରେ ପୃଥିବୀରୁ ୧୩୦୦ ପ୍ରକାଶ ବର୍ଷ ଦୂରରେ ଥିବା ଡବ୍ଲୁଏଏସ୍‌ପି-୧୭୮ବି କୁ ଦେଖିଛନ୍ତି । ଏହାକୁ ଯେଉଁଠି ଦେଖାଯାଏ ସେଠାରେ ବାୟୁମଣ୍ଡଳରେ ସିଲିକନ୍‌ ମୋନୋଅକ୍ସାଇଡ୍‌ ଗ୍ୟାସ୍‌ କରିଥାଏ । ରିସର୍ଚ୍ଚରମାନେ କହିଛନ୍ତି ଯେ, ଏହି ଗ୍ରହରେ ଦିନରେ ବାଦଲ ନଥାଏ, କିନ୍ତୁ ରାତିରେ ଦୁଇ ହଜାର ମାଇଲ୍‌ ପ୍ରତି ଘଣ୍ଟା ବେଗରେ ପବନ ଚାଲିଥାଏ । ଏହି ରିସର୍ଚ୍ଚରେ କୁହାଯାଇଛି ଯେ, ଗ୍ରହଟି ନିଜର ତାରର ଖୁବ୍‌ ନିକଟରେ ରହିଛି । ଗ୍ରହର ଦ୍ୱିତୀୟ ପଟେ ଓ ସିଲିକନ୍‌ ମନୋଅକ୍ସାଇଡ୍‌ ଏତେ ପରିମାଣରେ ଥଣ୍ଡା ହୋଇଯାଇଥାଏ ଯେ, ତା କାରଣରୁ ବାଦଲରୁ ପାଣି ବଦଳରେ ପଥର ବର୍ଷା ହୁଏ । ସକାଳେ ଓ ସନ୍ଧ୍ୟାରେ ଗ୍ରହଟି ଏତେ ଅଧିକ ଗରମ ହୋଇଯାଏ ଯେ, ପଥରକୁ ମଧ୍ୟ ବାମ୍ପରେ ପରିଣିତ କରିଦେଇଥାଏ । ବୈଜ୍ଞାନିକମାନେ କହିଛନ୍ତି, ପ୍ରଥମ ଥର ସିଲିକନ୍‌ ମନୋଅକ୍ସାଇଡକୁ ଏଭଳି ରୂପରେ ଦେଖାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking