ମାଲକାନଗିରି: ମାଲକାନଗିରି ବାଲିମେଳା ଜଳଭଣ୍ଡାରରେ ବୁଡି ଜଣେ ନିଖୋଜ । ଜଳ ଭଣ୍ଡାର ଦେଇ ଯାଉଥିବା ବେଳେ ଡଙ୍ଗାରୁ ଖସି ନିଖୋଜ ଅଛନ୍ତି । ଗତକାଲି ଚିତ୍ରକୋଣ୍ଡା ଓରାପଦରୁ ବାୟାଗୁଡା ଗାଁ ଦେଶୀ ଡଙ୍ଗା ସାହାଯ୍ୟରେ ଜଣେ ପୁରୁଷ ଓ ଦୁଇ ଜଣ ମହିଳା ଯାଉଥିବା ବେଳେ ଡଙ୍ଗା ଚାଳକ ସାଙ୍କା ପଲାସୀ ନଦୀ ଭିତରକୁ ପସି ଯାଇଥିଲେ । ଦୀର୍ଘ ସମୟ ପରେ ଦୁଇ ମହିଳାକୁ ଡଙ୍ଗାକୁ ଓରାପଦ ଗ୍ରାମବାସୀ ଉଦ୍ଧାର କରିଥିଲେ । ଡଙ୍ଗାରୁ ପଡିଯାଇଥିବା ସାଙ୍କା ପଲାସୀ ବର୍ତ୍ତମାନ ଯାଏ ନିଖୋଜ ଅଛନ୍ତି ।










