ଭୁବନେଶ୍ୱର: ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ପଶ୍ଚିମ-କେନ୍ଦ୍ର ବଙ୍ଗୋପସାଗରର ଆନ୍ଧ୍ର ଉପକୂଳରେ ଆସୁଛି ଲଘୁଚାପ । ୧୩ ତାରିଖ ସୁଦ୍ଧା ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ନିକଟରେ ଲଗାତର ଭାବେ ୩ଟି ଲଘୁଚାପ ହେବାରୁ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାର ଦୁର୍ଦ୍ଦଶା ଏବେ ବି ଲୋକେ ଭୋଗୁଛନ୍ତି । ଦୁର୍ଦ୍ଦଶା ନ ସରୁଣୁ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ଏବେ ଚିନ୍ତାର ବିଷୟ ପାଲଟିଛି । ଲଘୁଚାପ ଜନିତ ବର୍ଷା ଯୋଗୁଁ ଅନେକ ଜିଲ୍ଲା ଏବେ ବନ୍ୟା ପ୍ରବାଭିତ ହୋଇ ରହିଛନ୍ତି ।