30.1 C
Bhubaneswar
Saturday, September 21, 2024
Homeଓଡିଶାପ୍ରଭୁ ଶ୍ରୀରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବରେ ଜୟଶ୍ରୀରାମ ନାରାରେ ପ୍ରକମ୍ପିତ ଗାଁ ଠୁ ସହର

ପ୍ରଭୁ ଶ୍ରୀରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବରେ ଜୟଶ୍ରୀରାମ ନାରାରେ ପ୍ରକମ୍ପିତ ଗାଁ ଠୁ ସହର

ମୟୂରଭଞ୍ଜ : ପାଞ୍ଚଶହ ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ଶ୍ରୀରାମ ଲାଲାଙ୍କ ମନ୍ଦିର ନିର୍ମାଣକୁ ସାରାଦେଶ ଅପେକ୍ଷା କରିଥିଲା ବେଳେ ତାର ଅନ୍ତ ଘଟିଛି। ହଁ ଦର୍ଶକ ବନ୍ଧୁ ଆଜି ପ୍ରଭୁ ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ। ଏହି ଦିନଟିକୁ ଅପେକ୍ଷା କରିଥିଲା ସାରା ଦେଶ। ଆଜି ଅଯଧ୍ୟା ଠାରେ ପ୍ରଭୁ ରାମଲାଲଙ୍କର ପ୍ରାଣପ୍ରତିଷ୍ଠା ଉତ୍ସବ ଚାଲିଥିବା ବେଳେ ସାରା ଦେଶ ଆଜି ଉତ୍ସବମୁଖର। ଗାଁ ରୁ ସହର ଉତ୍ସବ ମୁଖର ହୋଇପଡିଛି। ଆଖି ଆଗରେ କେବଳ ପ୍ରଭୁ ଶ୍ରୀରାମଙ୍କ ନାମରେ ପ୍ରକମ୍ପିତ ହୋଇଛି | ତେବେ ଭବ୍ୟ ଶ୍ରୀରାମ ମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବକୁନେଇ ମୟୂରଭଞ୍ଜ ଜିଲ୍ଲାର ଗାଁ ଠୁ ସହର ଚଳଚଞ୍ଚଳ ହୋଇ ଉଠିଛି। କୋଉଠି ଆଖପାଖ ଦେବାଦେବୀ ମନ୍ଦିରରେ ପୂଜାର୍ଚ୍ଚନା ଚାଲିଛି ତୋ ଆଉ କୋଉଠି ଶ୍ରଦ୍ଧାଳୁମାନେ ହରିନାମ ସଂକୀର୍ତ୍ତନ ସହ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇ ଥିବା ଦେଖିବାକୁ ମିଳିଛି। ସେହିପରି ମୋରଡ଼ା ତାରିଣୀ ମନ୍ଦିରରେ ଯୁବନେତା ସମାଜସେବୀ ସମୀର କୁମାର ରାଜଙ୍କ ନେତୃତ୍ୱରେ ଅଖଣ୍ଡ ଦୀପ ଲଗାଇଥିବା ଦେଖିବାକୁ ମିଳିଛି। ଏହାବ୍ୟତୀତ କରଞ୍ଜିଆରେ ମଧ୍ୟ ପ୍ରଭୁ ରାମଲାଲାଙ୍କର ପ୍ରାଣପ୍ରତିଷ୍ଠା ଉତ୍ସବକୁ ବହୁ ଆଡମ୍ବର ସହିତ ଧୂମଧାମରେ ପାଳନ କରିଥିବା ଦେଖିବାକୁ ମିଳିଥିଲା | ଆଜି ସଖାଳ ୧୦ ଘଟିକା ସମୟରେ କରଞ୍ଜିଆ ଉଚ୍ଚ ବିଦ୍ୟାଳୟ ନିକଟରେ ବିଭିନ୍ନ ଅନୁଷ୍ଠାନ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, କରଞ୍ଜିଆ ସତସଙ୍ଗ ସଂଗଠନର ସଦସ୍ୟ ସଦସ୍ୟା,କରଞ୍ଜିଆର ସର୍ବସାଧାରଣ ଏକତ୍ରିତ ହୋଇଥିଲେ ଏବଂ ଛୋଟଛୋଟ ପିଲାମାନେ ରାମ ଲକ୍ଷ୍ମଣ ସୀତା ହନୁମାନ ବେଶ ପରିଧାନ କରି ସେଠାରୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ | ଏହି ପରିକ୍ରମା ସମୟରେ ପୁରା କରଞ୍ଜିଆ ସହର କିଛିସମୟ ପାଇଁ ଅଯୋଧ୍ୟା ପାଲଟି ଯାଇଥିବା ଭଳି ଅପୂର୍ବ ଦୃଶ୍ୟର ଭ୍ରମ ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି। ଶ୍ରୀରାମଙ୍କ ନାରାରେ ପ୍ରକମ୍ପିତ ହୋଇ ଉଠିଥିଲା କରଞ୍ଜିଆ ସହର | ପରେ କରଞ୍ଜିଆ ଦୋଳପଡିଆ ଠାରେ ଅଖଣ୍ଡ ହନୁମାନ ଚାଳିଶାପାଠ ହେବା ସହିତ ପ୍ରଭୁଙ୍କର ପ୍ରାଣପ୍ରତିଷ୍ଠା ଉତ୍ସବ ଅଯଧ୍ୟାରୁ ସିଧାସଳଖ ଲାଇଭ ମାଧ୍ୟରେ ପ୍ରସାରଣ ହୋଇଥିଲା ଯାହାକୁ ଦେଖିବାକୁ ଶ୍ରଦ୍ଧାଳୁଙ୍କର ଭିଡ ଜମିଥିଲା | ଦିବା ୧ଘଟିକା ସମୟରେ ଦୋଳପଡିଆ ଠାରୁ ଏକ ବାଇକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା | ଏହା ପରେ ସନ୍ଦ୍ୟା ପ୍ରାୟ ୪ଘଟିକା ସମୟରେ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ବର ୩ରେ ଥିବା ରାଧା କୃଷ୍ଣ ମନ୍ଦିର ରୁ ଏକ ଶୋଭାଯାତ୍ରା ବାହାରି ୱାର୍ଡ ନମ୍ବର ୪ ଏବଂ ମିଳନ ପଡିଆ ହୋଇ ରାଧା କୃଷ୍ଣ ମନ୍ଦିର ପହଞ୍ଚିଥିଲା ଏହି ଶୋଭାଯାତ୍ରା ରେ ବହୁ ସଂଖ୍ୟକ ୱାର୍ଡ ନମ୍ବର ୩ ଏବଂ ୪ ପୁରୁଷ ମହିଳା ମାନେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking