କେନ୍ଦ୍ରାପଡା: ନିଶିଧାଞ୍ଚଳରେ ବେଆଇନ ଭାବେ ବଡ଼ ବଡ଼ ଟ୍ରଲର ପ୍ରବେଶ କରି ମାଛ ମାରିବା ଦ୍ୱାରା ଅଲିଭରିଡଲେ କଇଁଛ ମୃତ୍ୟୁ ମୁଖରେ ପଡୁଛନ୍ତି । ଗହୀର ମଥା ରେଞ୍ଜ ଅଧିନ ଶାସନୀପେଚା କାର୍ଯ୍ୟାଳୟ ନିକଟ ଆଖପାଖ ଗାଁ ଗୁଡିକରେ ଅନେକ ମତ୍ସ୍ୟଜୀବିଙ୍କ ଛାତରେ ଲାଗିଛି ଭିଏଚଏଫ ଅର୍ଥାତ ଭେରୀ ହାଇ ଫିକ୍ୟୁଏନସି ଟାଓ୍ବାର । ଗୋଟିଏ କି ଦୁଇଟି ନୁହେଁ, ୩୦ ରୁ ଉର୍ଦ୍ଧ ଭିଏଚଏଫ ଲଗାଇ ଗୁପ୍ତରେ ଚାଲିଛି ବାର୍ତ୍ତାଳପ । କେନ୍ଦ୍ରାପଡା ଜିଲ୍ଲା ତନ୍ତୀଆପାଳ ସାମୁଦ୍ରିକ ଥାନା ଅଧୀନ ରଟପଙ୍ଗ ତନ୍ତୀଆପାଳ ସୁନିତୀ ଆଦି ଗାଁ ଗୁଡିକର । କାହିଁକି ଲାଗିଛି ଏ ବେତାର ଯନ୍ତ୍ର, କିଏ ଦେଇଛି ଅନୁମତି ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚା ଜୋର ଧରିଛି । କାହିଁକି ସାମୁଦ୍ରିକ ଥାନା ଓ ବନ ବିଭାଗ ନିରବ ଦ୍ରଷ୍ଟା ପାଲଟିଛନ୍ତି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳକୁ ବିଦେଶାଗତ ଅତିଥି ଅଲିଭ ରିଡଲେ କଇଁଛ ସାମୁହିକ ଅଣ୍ଡାଦାନ ପାଇଁ ଆସନ୍ତି । ଏହି କଇଁଛଙ୍କ ସୁରକ୍ଷା ପାଇଁ ତଟରକ୍ଷୀ ବାହିନୀ, ବନବିଭାଗ, ସାମୁଦ୍ରିକ ମତ୍ସ୍ୟ ବିଭଗ ସୁରକ୍ଷା ଦେବା ସହ ସଚେତନତା କରାଇଥନ୍ତି । ମାତ୍ର ତ୍ରିସ୍ତରୀୟ ସୁରକ୍ଷାକୁ ଭେଦ କରି ବଡ଼ ବଡ଼ ଟ୍ରଲର ନିଶିଧାଞ୍ଚଳରେ ପ୍ରବେଶ କରି ମାଛ ମାରୁଛନ୍ତି । ମାଛ ଧରିବା ପାଇଁ ବ୍ୟବହାର କରୁଥିବା ଗାଞ୍ଜ ଜାଲରେ ପଡ଼ି ଅକାଳରେ ଅଲିଭରିଡଲେଙ୍କ ଜୀବନ ମଧ୍ୟ ଚାଲିଯାଉଛି । ଯାହାଫଳରେ ଅଲିଭରିଡଲେଙ୍କ ଜୀବନ ଭିଏଚଏଫ ଟାଓ୍ବାର ପାଇଁ ବିପଦ ସୃଷ୍ଟି କରିଛି ବୋଲି ଅଭିଯୋଗ ହୋଇଛି । ଯେଉଁ ବେତାର ଯନ୍ତ୍ର ତଟରକ୍ଷୀ ବାହିନୀ ଓ ବନବିଭାଗଙ୍କ ପାଖରେ ରହିବା କଥା ତାହା ଏବେ ମତ୍ସ୍ୟଜୀବିଙ୍କ ଘରେ ଲାଗିଛି ।