29.1 C
Bhubaneswar
Wednesday, April 29, 2026
Homeଓଡିଶାକାନ୍ଥ ଭୁଶୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ

କାନ୍ଥ ଭୁଶୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ

ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ତନ୍ତକେରା ଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାଗର କାଣ୍ଡୀ ନାମକ ଜଣେ ବୃଦ୍ଧ ନିଜର ଏକ ପୁରୁଣା ଘରର କାନ୍ଥକୁ ଶିଡ଼ି ପକାଇ ଭାଙ୍ଗୁଥିବା ବେଳେ ହଠାତ୍ ଶିଡ଼ି ଟି କାନ୍ଥରୁ ଖସିପଡ଼ିଥିଲା। ଫଳରେ ସାଗର ତଳେ ପଡ଼ିଯାଇଥିଲେ। ସେଥି ସମୟରେ ସେହି ଭଙ୍ଗା କାନ୍ଥଟି ସାଗରଙ୍କ ଉପରେ ପଡ଼ିଯାଇଥିଲା।ସାଗର କାନ୍ଥ ତଳେ ଚାପି ହୋଇଯାଇଥିଲେ। ପରିବାର ଲୋକେ ଓ ଗ୍ରାମବାସୀ କାନ୍ଥକୁ ଭାଙ୍ଗି ସାଗରଙ୍କୁ ଉଦ୍ଧାର କରି ସ୍ଥାନୀୟ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। କିନ୍ତୁ ସେତେବେଳକୁ ସାଗରଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking