26.1 C
Bhubaneswar
Tuesday, September 17, 2024
Homeଓଡିଶାହାତୀ ଆକ୍ରମଣରେ ବୃଦ୍ଧ ମୃତ

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ବୃଦ୍ଧଙ୍କୁ ହାତୀ ଘାଇଲା କରିବା ପରେ ତାଙ୍କୁ ଦଳି ମାରିଦେଇଛି । ମୃତକ ଜଣକ ହେଲେ ନୀଳଗିରି ଉପଖଣ୍ଡ ବାଉଁଶବଣିଆ ପଞ୍ଚାୟତ ଅନ୍ତର୍ଗତ ଢୋଲପୁର ଗାଁର ହରେକୃଷ୍ଣ ପ୍ରଧାନ(୭୦) । ହରେକୃଷ୍ଣ ଶୁକ୍ରବାର ସକାଳେ ଗାଁ ପଡ଼ିଆକୁ ପ୍ରାତଃଭ୍ରମଣ ପାଇଁ ଯାଇଥିଲେ । ଗୁରୁବାର ରାତିରେ ଖାଦ୍ୟ ଅନ୍ୱେଷଣରେ କୁଲଡ଼ିହା ଅଭୟାରଣ୍ୟରୁ ଗୋଟିଏ ଦନ୍ତା ଓହ୍ଲାଇ ଆସି ସେଠାରେ ଲୁଚି ରହିଥିବାବେଳେ ହଠାତ୍ ବାହାରି ଆସି ବୃଦ୍ଧଙ୍କୁ ଶୁଣ୍ଢରେ କଚାଡ଼ି ଦଳି ଦେଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଖବରପାଇ କୁଲଡ଼ିହା ବନ ବିଭାଗ ଅଧିକାରୀମାନେ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଅକାରଣେ ବୃଦ୍ଧଙ୍କ ଜୀବନ ଯାଇଥିବାବେଳେ ବନ ବିଭାଗର କାର୍ଯ୍ୟଦକ୍ଷତାକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି । ଏହାସହ କ୍ଷତିପୂରଣ ଦାବିରେ ଲୋକେ ଉତ୍ତ୍ୟକ୍ତ ହୋଇଥିବା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking