ନୂଆଦିଲ୍ଲୀ : ସୋରିଷ ତେଲର ଦାମ ହ୍ରାସ ପାଇଛି। ଏଣିକି ଶସ୍ତାରେ ମିଳିବ ସୋରିଷ ତେଲ। ଉତ୍ତରପ୍ରଦେଶରେ ସୋରିଷ ତେଲର ମୂଲ୍ୟ ୫୫ ଟଙ୍କା ହ୍ରାସ ପାଇଥିବା ରେକର୍ଡ କରାଯାଇଛି। ବର୍ତ୍ତମାନ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଖାଉଟି ସୋରିଷ ତେଲ ଖୁବ ଶସ୍ତାରେ ପାଇପାରିବେ । ଏଠାରେ ସୋରିଷ ତେଲ ଲିଟର ପିଛା ୧୫୪ ଟଙ୍କାରେ ମିଳୁଛି ।
ସେହିପରି ସୀତାପୁର ଜିଲାରେ ଏହାର ଦାମ୍ ୧୫୩ ଟଙ୍କା ପ୍ରତି ଲିଟରକୁ ହ୍ରାସ ପାଇଛି । ବଦାୟୁଁ ଜିଲାରେ ସୋରିଷ ତେଲ ଦରରେ ଲିଟର ପିଛା ୫୪ଟଙ୍କା ହ୍ରାସ ହୋଇଥିବା ରେକର୍ଡ କରାଯାଇଛି। ଏଠାରେ ସୋରିଷ ତେଲ ୧୫୬ ଟଙ୍କା ପ୍ରତି ଲିଟର ବିକ୍ରି ହେଉଛି। ଅନ୍ୟପକ୍ଷରେ ଶାହଜାହାନପୁରରେ ସୋରିଷ ତେଲର ଦାମ୍ ଲିଟର ପ୍ରତି ୧୫୨ ରହିଛି ।
ସହାରନପୁର ଜିଲାରେ ସୋରିଷ ତେଲର ମୂଲ୍ୟରେ ହ୍ରାସ ଘଟିଛି । ଏଠାରେ ସୋରିଷ ତେଲ ଲିଟର ପିଛା ୧୫୪ ଟଙ୍କା ରହିଛି । ସେହିଭଳି ମୁଜାଫରନଗରରେ ମଧ୍ୟ ସୋରିଷ ତେଲ ପ୍ରତି ଲିଟର ୧୫୬ ଟଙ୍କାରେ ପହଞ୍ଚିଛି । ଏହାବ୍ୟତୀତ ମିରଟରେ ଖାଉଟିମାନଙ୍କୁ ୧୫୭ ଟଙ୍କାରେ ଏକ ଲିଟର ସୋରିଷ ତେଲ ମିଳିପାରୁଛି।