17.1 C
Bhubaneswar
Sunday, November 24, 2024
Homeବିଜିନେସ୍ରୁଷ୍‌ରୁ ତେଲ ଆମଦାନି ପ୍ରସଙ୍ଗ: ଭାରତୀୟ କମ୍ପାନୀ ଏବେବି ଡଲାରରେ କିଣୁଛନ୍ତି

ରୁଷ୍‌ରୁ ତେଲ ଆମଦାନି ପ୍ରସଙ୍ଗ: ଭାରତୀୟ କମ୍ପାନୀ ଏବେବି ଡଲାରରେ କିଣୁଛନ୍ତି

ନୂଆଦିଲ୍ଲୀ: ଭାରତୀୟ ପେଟ୍ରୋଲିୟମ କମ୍ପାନୀଗୁଡିକ ଏବେମଧ୍ୟ ଡଲାର ଜରିଆରେ ରୁଷ୍‌ରୁ ତେଲ କିଣୁଥିବା ଜଣାପଡିଛି । ୟୁକ୍ରେନ୍ ବିରୋଧରେ ଯୁଦ୍ଧ ଆରମ୍ଭ କରିବା ପରଠାରୁ ଆମେରିକା ନେତୃତ୍ୱାଧୀନ ପାଶ୍ଚାତ୍ୟ ଓ ସହଯୋଗୀ ରାଷ୍ଟ୍ରଗୁଡିକ ରୁଷ୍ ଉପରେ ବିଭିନ୍ନ କଟକଣା ଲାଗୁ କରିସାରିଛନ୍ତି । ଏହି ପରିପ୍ରେକ୍ଷୀରେ ଡଲାର କିମ୍ବା ୟୁରୋ ପରିବର୍ତ୍ତେ ରୁବଲ୍ ମାଧ୍ୟମରେ ସାମଗ୍ରୀ କିଣିବାକୁ ରୁଷ୍ ପକ୍ଷରୁ ଏହାର ଗ୍ରାହକ ରାଷ୍ଟ୍ରଗୁଡିକୁ ଅନୁରୋଧ କରାଯାଇଛି । ତେବେ ରୁଷୀୟ ତେଲ ବିକ୍ରି କରୁଥିବା ମଧ୍ୟପ୍ରାଚ୍ୟ ରାଷ୍ଟ୍ର ୟୁଏଇ (ସଂଯୁକ୍ତ ଆରବ ଏମିରେଟ୍‌ସ)ର କେତେକ କମ୍ପାନୀ ବର୍ତ୍ତମାନ ରୁବଲ୍ ନେବାକୁ ସ୍ପଷ୍ଟ ମନା କରିଥିବାରୁ ଭାରତୀୟ ପେଟ୍ରୋଲିୟମ କମ୍ପାନୀଗୁଡିକ ଚିନ୍ତାରେ ପଡିଛନ୍ତି । ଏହି ବିଶୋଧନାଗାର ପକ୍ଷରୁ ଦିରହାମ୍ (ୟୁଏଇ ମୁଦ୍ରା) ଜରିଆରେ ତେଲ କିଣିବାକୁ ଭାରତର ୨ଟି କମ୍ପାନୀକୁ ପ୍ରଥମେ ନିର୍ଦ୍ଦେଶ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଡିରହାମ୍ ବଦଳରେ ଡଲାର ଜମାକଲେ ଭାରତୀୟ କମ୍ପାନୀକୁ ରୁଷ୍ ଉତ୍ପାଦିତ ତେଲ ମିଳିବ ବୋଲି ଦୁବାଇସ୍ଥିତ ମାସ୍‌ରେକ୍ ବ୍ୟାଙ୍କ୍ ପକ୍ଷରୁ କୁହାଯାଇଥିବା ପ୍ରକାଶ ।

ଏହି ପରିପ୍ରେକ୍ଷୀରେ ଆବୁଧାବିସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଡଲାର ଜରିଆରେ ତୈଳ ବିଶୋଧନାଗାରକୁ ଅର୍ଥ ପ୍ରଦାନ କରିଥିବା ଜଣାପଡିଛି । ଉଭୟ ଭାରତ ଓ ୟୁଏଇ ରୁଷ୍ ବିରୋଧରେ କୌଣସି କଟକଣା ଲାଗୁ କରିନଥିଲେ ସୁଦ୍ଧା ୟୁକେନ୍ ଆକ୍ରମଣକୁ ନିନ୍ଦା କରିଆସୁଛନ୍ତି । ପୂର୍ବରୁ ଇରାନ କ୍ଷେତ୍ରରେ ଭାରତୀୟ ତେଲ କମ୍ପାନୀଗୁଡିକୁ ଏଭଳି ଦଶା ଭୋଗିବାକୁ ପଡିଥିଲା । ଇରାନ୍‌ର ପରମାଣୁ କାର୍ଯ୍ୟକ୍ରମକୁ ବିରୋଧ କରି ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ କଟକଣା ଲାଗୁ କରିଥିଲେ । ସେତେବେଳେ ଇରାନ୍‌ରୁ ତେଲ ଆମଦାନି କରିବାରେ ଭାରତୀୟ କମ୍ପାନୀଗୁଡିକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ୟୁକୋ ବ୍ୟାଙ୍କ ଜରିଆରେ ଇରାନୀୟ ବ୍ୟାଙ୍କ୍‌ଗୁଡିକରେ ଖୋଲାଯାଇଥିବା ‘ଭସ୍ତ୍ରୋ’ ଆକାଉଣ୍ଟରେ ଭାରତୀୟ ଟଙ୍କା ଜମା କରାଯାଉଥିଲା । ଭାରତ ଚଳିତ ଆର୍ôଥକବର୍ଷର ଏପ୍ରିଲ-ଅଗଷ୍ଟ ସମୟ ମଧ୍ୟରେ ରୁଷ୍‌ରୁ ୧୭.୨୪ ବିଲିୟନ ଡଲାର ମୂଲ୍ୟର ତେଲ କିଣିସାରିଲାଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking