34.1 C
Bhubaneswar
Friday, March 29, 2024
Homeଓଡିଶାପ୍ରେମିକ ଘର ସମ୍ମୁଖରେ ପ୍ରେମିକାର ଧାରଣା

ପ୍ରେମିକ ଘର ସମ୍ମୁଖରେ ପ୍ରେମିକାର ଧାରଣା

ମାର୍ଶାଘାଇ: ପ୍ରେମରେ ପ୍ରତାରଣା । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଖୁରୁଷିଆ ପଞ୍ଚାୟତ ବାନ୍ଧକୁଦ ଗ୍ରାମର ଜନୈକ ଯୁବକଙ୍କ ଘର ସମ୍ମୁଖରେ ଦୁଇ ଦିନ ହେବ ଧାରଣାରେ ବସିଛନ୍ତି ଯାଜପୁର ଅଞ୍ଚଳର ଜଣେ ଯୁବତୀ । ଯୁବକ ଜଣଙ୍କ ତାଙ୍କୁ ଭଲ ପାଇଥିଲେ । ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ । କିନ୍ତୁ ସେ ବିବାହ କରୁନାହାନ୍ତି କି ତାଙ୍କୁ ଆଉ ଧରା ଛୁଆଁ ଦେଉ ନାହାଁନ୍ତି । ଏପରି ଅଭିଯୋଗ ଆଣି ନ୍ୟାୟ ପାଇବା ସହ ହକ ପାଇଁ ଯୁବତୀ ଜଣଙ୍କ ପ୍ରେମିକର ଘର ବାହାରେ ଧାରଣାରେ ବସିରହିଛି । ଅପର ପକ୍ଷରେ ଯୁବକଙ୍କ ଘର ତାଲା ପଡ଼ିଥିବା ଦେଖିବାକୁ ମିଳିଛି ।

ଲଭ, ସେକ୍ସ ଓ ଧୋକାକୁ ନେଇ ଘଟିଥିବା ଏହି ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରଥମେ ଇଷ୍ଟାଗ୍ରାମରୁ ଉଭୟଙ୍କ ମଧ୍ୟରୁ ହୋଇଥିଲା ପରିଚୟ । ପରେ ପରେ ଆରମ୍ଭ ହୋଇଯାଇଥିଲା ଭଲ ପାଇବା । ମାର୍ଶାଘାଇ ଥାନା ଅନ୍ତର୍ଗତ ବାନ୍ଧକୁଦ ଗ୍ରାମର ରଞ୍ଜନ ଓଝା, ଯିଏକି ଝାଡଖଣ୍ଡଠରେ ରୁହନ୍ତି । ତାଙ୍କ ସହ ଯାଜପୁର ଜିଲ୍ଲା ଯାଜପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ପାଖାପାଖି୧୪ ମାସ ହେବ ଉଭୟଙ୍କ ମଧ୍ୟରେ ସମ୍ପର୍କ ଆରମ୍ଭ ହୋଇଥିଲା । କିନ୍ତୁ ଯୁବକ ଜଣଙ୍କ ତାଙ୍କୁ ପ୍ରତାରଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking