31.1 C
Bhubaneswar
Friday, October 18, 2024
Homeଓଡିଶାଓଡ଼ିଶା ମୋ ପରିବାର ସହାୟତାରେ ଦିଲ୍ଲୀରୁ ଜନ୍ମମାଟିକୁ ଫେରିଲା ମୃତ ଦିନ ମଜୁରିଆଙ୍କ ପାର୍ଥିବ ଶରୀର

ଓଡ଼ିଶା ମୋ ପରିବାର ସହାୟତାରେ ଦିଲ୍ଲୀରୁ ଜନ୍ମମାଟିକୁ ଫେରିଲା ମୃତ ଦିନ ମଜୁରିଆଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର : ଜଗତସିଂହପୁର ଜିଲ୍ଲାର ୪୨ ବର୍ଷିୟ ବାସିନ୍ଦା ସଞ୍ଜୟ ଲେଙ୍କା ନୂଆଦିଲ୍ଲୀରେ ରହି ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଥିଲେ । ଗତ ଅଗଷ୍ଟ ୨୬ ତାରିଖରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କ ସହକର୍ମୀମାନଙ୍କ ସହଯୋଗରେ ନୂଆଦିଲ୍ଲୀସ୍ଥିତ ଆର୍‌ଏମ୍‌ଏଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଦୁର୍ଭାଗ୍ୟବଶତଃ, କିଛି ଘଣ୍ଟା ପରେ ସେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଶୋକସନ୍ତପ୍ତ ପରିବାର ବର୍ଗ ଆର୍ôଥକ ଚାପରେ ଥିବାରୁ ସଞ୍ଜୟଙ୍କ ମୃତଦେହକୁ ଦିଲ୍ଲୀରୁ ଫେରାଇ ଆଣିବା ପାଇଁ ଅସମର୍ଥ ଥିଲେ ଓ ଯାତାୟାତ ସହାୟତା ଯୋଗାଇ ଦେବା ପାଇଁ ଓଡ଼ିଶା ମୋ ପରିବାରର ସହଯୋଗ ଲୋଡିଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ଦିଲ୍ଲୀରୁ ମୃତଦେହକୁ ଜଗତସିଂହପୁରସ୍ଥିତ ତାଙ୍କ ଗ୍ରାମକୁ ଫେରାଇ ଅଣାଯାଇଥିଲା । ମୃତଦେହ ଓଡ଼ିଶାରେ ପହଞ୍ଚିବା ପରେ ବିଧାୟକ (ଭୁବନେଶ୍ୱର ମଧ୍ୟ)ଶ୍ରୀ ଅନନ୍ତ ନାରାୟଣ ଜେନା ଓ ସ୍ଥାନୀୟ କର୍ପୋରେଟର ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଆଶ୍ୱାସନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking