41.1 C
Bhubaneswar
Tuesday, April 30, 2024
Homeଓଡିଶାଚଳିତ ବର୍ଷ ସ୍ବାଭାବିକଠାରୁ ଓଡ଼ିଶାରେ ହେବ କମ୍ ବର୍ଷା

ଚଳିତ ବର୍ଷ ସ୍ବାଭାବିକଠାରୁ ଓଡ଼ିଶାରେ ହେବ କମ୍ ବର୍ଷା

ଭୁବନେଶ୍ୱର : ଚଳିତ ବର୍ଷ ସ୍ବାଭାବିକଠାରୁ ଓଡ଼ିଶାରେ ହେବ କମ୍ ବର୍ଷା । ଓଡ଼ିଶା ସହ ବିହାର, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ମଧ୍ଯ କମ୍ ବର୍ଷା ଯୋଗୁଁ ପ୍ରଭାବିତ ହେବ । ପାଣିପାଗ ଏଜେନ୍ସି ସ୍କାଏମେଟ୍ କରିଛି ଏପରି ପୂର୍ବାନୁମାନ। ସ୍କାଏମେଟର ଆକଳନ ଅନୁସାରେ ଚଳିତ ବର୍ଷ ଦେଶର ୨୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ବାଭାବିକ ବର୍ଷା ହେବ । ୮ଟି ରାଜ୍ୟ ଆସାମ, ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରା ଓ ସିକ୍କିମ୍‌ରେ ଜୁନ୍ ଓ ଜୁଲାଇରେ କମ୍ ବର୍ଷା ହେବ । ତେବେ ଏହି ରାଜ୍ୟଗୁଡ଼ିକରେ ଅଗଷ୍ଟରେ ସ୍ବାଭାବିକ ବର୍ଷା ହୋଇପାରେ । ମାତ୍ର ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗରେ ଜୁଲାଇ ଓ ଅଗଷ୍ଟ ମାସରେ ସ୍ବାଭାବିକଠାରୁ କମ୍ ବର୍ଷା ହେବ । ସେପ୍ଟେମ୍ବର ମାସରେ ବର୍ଷା ପୁନର୍ବାର ସ୍ବାଭାବିକସ୍ତରକୁ ପେରିବ । ସାଧାରଣତଃ ଜୁନ୍ ୧ ତାରିଖରୁ କେରଳ ଓ ପାର୍ଶ୍ୱର୍ବର୍ତ୍ତୀ ଅଞ୍ଚଳରେ ମୌସୁମୀର ଆଗମନ ହୋଇଥାଏ। ପ୍ରାୟ ୪ ମାସ ଧରି ମୌସୁମୀ ଦେଶରେ ସକ୍ରିୟ ରହେ ଓ ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ବର୍ଷାକୁ ସ୍ବାଭାବିକ ଭାବରେ ଗଣା ଯାଇଥାଏ। ଚାଷ ପାଇଁ ଏହା ଉତ୍ତମ ସଙ୍କେତ ବୋଲି କୁହାଯାଏ। ସ୍କାଏମେଟ୍ ସୂଚନା ଅନୁସାରେ ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଅବଧ୍ଧରେ ୮୬୮.୬ ମି.ମି ବର୍ଷାକୁ ସ୍ବାଭାବିକ କୁହାଯାଇଥାଏ। ଏହି ସମୟ ମଧ୍ୟରେ ଅନ୍ତତଃପକ୍ଷେ ଏତିକି ପରିମାଣର ବର୍ଷା ହେବାର ଆବଶ୍ୟକତା ରହିଛି । ମାତ୍ର ଚଳିତ ବର୍ଷ ଦେଶର ଅନ୍ୟାନ୍ୟ ଭାଗରେ ବର୍ଷାର ପରିମାଣ ସ୍ବାଭାବିକ ଥ‌ିବାବେଳେ ପୂର୍ବ ଭାରତର ଓଡ଼ିଶା ସମେତ ୪ ରାଜ୍ୟ ସ୍ବାଭାବିକ ବର୍ଷାରୁ ବଞ୍ଚିତ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking