27.1 C
Bhubaneswar
Monday, November 18, 2024
Homeଓଡିଶା୪ଦିନ ପରେ ଆହୁରି ବଢିବ ତାତି : ୪୦.୭ ଡିଗ୍ରୀ ସହ ବଲାଙ୍ଗୀର ରାଜ୍ୟର ସବୁଠୁ...

୪ଦିନ ପରେ ଆହୁରି ବଢିବ ତାତି : ୪୦.୭ ଡିଗ୍ରୀ ସହ ବଲାଙ୍ଗୀର ରାଜ୍ୟର ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର: ଆସନ୍ତା ୪ଦିନ ପରେ ତାପମାତ୍ରା ବୃଦ୍ଧି ପାଇବ । ସ୍ୱାଭାବିକଠାରୁ ୩ରୁ ୪ଡିଗ୍ରୀ ବୃଦ୍ଧି ପାଇବ । ବିଶେଷକରି ଆଭ୍ୟନ୍ତରୀଣ ଡ଼ିଶାରେ ୪୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହୋଇପାରେ । ସେହିପରି ଉପକୂଳ ଓଡ଼ିଶାରେ ମଧ୍ୟ ସ୍ୱାଭାବିକଠାରୁ ୨ଡିଗ୍ରୀ ତାପମାତ୍ରା ବଢିବା ସହ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୫ଡିଗ୍ରୀ ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ । ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ଶୁଷ୍କ ଥଣ୍ଡା ବାୟୁ ଗରମ ବାୟୁ ସହ ମିଶି ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ଆଜି ଦକ୍ଷିଣ ଓଡ଼ିଶା ସହ ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶା ସହ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପାଗ ମେଘୁଆ ରହିବା ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବୁଧବାର ରାଜ୍ୟର ୪ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ୪୦.୭ ଡିଗ୍ରୀ ସହ ବଲାଙ୍ଗୀର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସେହିପରି ଝାରସୁଗୁଡାର ତାପମାତ୍ରା ୪୦.୨ଡିଗ୍ରୀ ରହିଥିବା ବେଳେ ଟିଟିଲାଗଡ ଓ ବୌଦ୍ଧର ତାପମାତ୍ରା ୪୦ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଅନୁଗୁଳ ୩୯.୧ ଡିଗ୍ରୀ, ବାରିପଦା ୩୯.୬ଡିଗ୍ରୀ, ସମ୍ବଲପୁର ୩୯.୫ ଡିଗ୍ରୀ, ହୀରାକୁଦ ୩୮.୯ ଡିଗ୍ରୀ, ତାଳଚେର ୩୯ ଡିଗ୍ରୀ, ଭବାନୀପାଟଣା ୩୮ ଡିଗ୍ରୀ, ଫୁଲବାଣୀ ୩୮ ଡିଗ୍ରୀ, ସୁବର୍ଣ୍ଣପୁର ୩୮.୬ ଡିଗ୍ରୀ, ନୟାଗଡ ୩୮ ଡିଗ୍ରୀ, ଭୁବନେଶ୍ୱର ୩୬. ୯ ଡିଗ୍ରୀ ଓ କଟକର ତାପମାତ୍ରା ୩୬.୮ ଡିଗ୍ରୀ ରେକର୍ଡ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking