22.1 C
Bhubaneswar
Tuesday, December 24, 2024
Homeଓଡିଶାଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ଓଡ଼ିଶା-ମୋ ପରିବାର

ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର : ଆଜି ଓଡ଼ିଶା-ମୋ ପରିବାର ମାଧ୍ୟମରେ ବିଭିନ୍ନ ଦୁର୍ଘଟଣାରେ ନିଜର ଗୋଡ଼ ହରାଇଥିବା ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଗୋଡ଼ ଯୋଗାଇ ଦିଆଯାଇଛି ।
ସୂଚନାନୁସାରେ, କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳର ୪୯ବର୍ଷିୟ ବାସିନ୍ଦା ବିଜୟ ଭୋଇ,୨୦୦୦ମସିହାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଯେଉଁଠାରେ ତାଙ୍କ ବାମ ପାର୍ଶ୍ଵ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । କ୍ରମଶଃ, ସେହି ଆଘାତ ସଂକ୍ରମଣ ଆଡ଼କୁ ଗତି କରିବାରୁ ୨୦୦୨ମସିହାରେ ଡାକ୍ତର ତାଙ୍କ ଗୋଡ଼ର ଆଣ୍ଠୁ ତଳକୁ କାଟିବା ପାଇଁ ପରାମର୍ଶ ଦେଇଥିଲେ । ୨୦୦୫ମସିହାରେ ସେ ଏକ ହସ୍ପିଟାଲରୁ କୃତ୍ରିମ ଗୋଡ଼ ଲଗାଇଥିଲେ । କିନ୍ତୁ, ତାହା ତାଙ୍କୁ ଆରାମଦାୟକ ଲାଗିନଥିଲା । ଭୁବନେଶ୍ଵର ଐତିହାସିକ ବାଲିଯାତ୍ରା ପଡ଼ିଆରେ ଓଡ଼ିଶା-ମୋ ପରିବାର ପକ୍ଷରୁ ଲାଗିଥିବା ସଚେତନତା ଷ୍ଟଲ୍ ରେ, ତାଙ୍କୁ ଏକ କୃତ୍ରିମ ଗୋଡ଼ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ଠିକ୍ ସେହିପରି ଅନ୍ୟ ଏକ ଦୁର୍ଘଟଣା ଘଟିଥିଲା, ଯାଜପୁର ଜିଲ୍ଲାର ୭୧ବର୍ଷିୟ ବାସିନ୍ଦା ଚତୁର୍ଭୁଜ ପଣ୍ଡାଙ୍କ ସହିତ, ସେ ୨୦୦୩ମସିହାରେ ଏକ ଦୋକାନରେ ଛିଡ଼ା ହୋଇଥିବା ବେଳେ ତାଙ୍କ ଉପରେ ଏକ ଟ୍ରକ୍ ଚଢିଯାଇଥିଲା । ଯାହା ଫଳରେ ତାଙ୍କ ବାମ ପାର୍ଶ୍ଵ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ହେତୁ ଗୋଡ଼ କଟା ହୋଇଯାଇଥିଲା । ସେ ପୂର୍ବରୁ ଥରେ କୃତ୍ରିମ ଗୋଡ଼ ଲଗାଇଥିଲେ, ଯାହା ତାଙ୍କୁ ଆରାମଦାୟକ ଲାଗିନଥିଲା । ଓଡ଼ିଶା-ମୋ ପରିବାର ପକ୍ଷରୁ କୃତ୍ରିମ ଅଙ୍ଗ ପାଇଥିବା ଅଶୋକ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ସୂଚନା ପାଇବା ପରେ ସେ ଓଡ଼ିଶା-ମୋ ପରିବାରକୁ ଯୋଗାଯୋଗ କରି ତାଙ୍କୁ ଏକ କୃତ୍ରିମ ଗୋଡ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ ।
ଏହି ଦୁଇଜଣ ଭିନ୍ନକ୍ଷମଙ୍କ ଅନୁରୋଧ ରକ୍ଷାକରି ଓଡ଼ିଶା- ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ.ଆର.ସି ସହିତ ସମନ୍ଵୟ ରକ୍ଷା କରି ଦୁଇଜଣଙ୍କୁ ଆଜି କୃତ୍ରିମ ଗୋଡ଼ ଯୋଗାଇ ଦିଆଯାଇଛି ।
ଗୋଡ଼ ଲାଗିବା ସମୟରେ ବିଜୁ ଜନତା ଦଳ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ(ଓଡ଼ିଶା-ମୋ ପରିବାର)ଙ୍କ ସମେତ ସ୍ୱାସ୍ଥ୍ୟ ଉପଦେଷ୍ଟା ଡ଼ଃ ସତ୍ୟଜିତ ଦାଶ ଏବଂ ଓଡ଼ିଶା-ମୋ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ ।
ଗୋଡ଼ ଲାଗିବା ପରେ ଉଭୟଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଇଥିଲା । ସେମାନେ ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା-ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking