35.1 C
Bhubaneswar
Sunday, May 19, 2024
Homeଓଡିଶାଓଡ଼ିଶା-ମୋ ପରିବାର ତତ୍ତ୍ଵାବଧାନରେ ଏବଂ ଏଲ.ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ ମିଳିତ ସହଯୋଗରେ ଖୋର୍ଦ୍ଧା ଓ...

ଓଡ଼ିଶା-ମୋ ପରିବାର ତତ୍ତ୍ଵାବଧାନରେ ଏବଂ ଏଲ.ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ ମିଳିତ ସହଯୋଗରେ ଖୋର୍ଦ୍ଧା ଓ ଭୁବନେଶ୍ଵର ଆର୍.ଟି.ଓ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର

ଭୁବନେଶ୍ୱର : ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଆଜି ଓଡ଼ିଶା-ମୋ ପରିବାର ଏବଂ ଏଲ୍.ଭି.ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍, ପଟିଆ, ଭୁବନେଶ୍ୱରର ମିଳିତ ଆନୁକୁଲ୍ୟରେ ଭୁବନେଶ୍ୱର ଆର.ଟି.ଓ-୧, ଆର.ଟି.ଓ-୨ ଏବଂ ଖୋର୍ଦ୍ଧାର ଆର.ଟି.ଓ ପକ୍ଷରୁ ଖୋର୍ଦ୍ଧାସ୍ଥିତ ତାପଙ୍ଗ ଅଞ୍ଚଳରେ ଏକ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଛି । ସକାଳ ୧୧ଟା ରୁ ଆରମ୍ଭ ହୋଇ ଏହି ଶିବିରରେ ଚକ୍ଷୁ ବିଭାଗର ଡାକ୍ତରମାନେ ପ୍ରାୟ ୫୩ଜଣ ଟ୍ରକ ଡ୍ରାଇଭରଙ୍କର ଚକ୍ଷୁ ପରୀକ୍ଷା କରିଥିଲେ । ଏହି ଶିବିରରେ ମୋତିଆବିନ୍ଦୁ, କଳା ମୋତିଆବିନ୍ଦୁ, ଗ୍ଲୁକୋମା, ଦୃଷ୍ଟି ଦୋଷ ଯଥା- ସମିପ, ଦୂର ଏବଂ ବକ୍ର ଦୃଷ୍ଟି ଦୋଷ ନିରୂପଣ କରାଯାଇ ସେମାନଙ୍କ ଚଷମାର ନମ୍ବର ଆଦି ପରୀକ୍ଷା କରାଯାଇଥିଲା । ପରୀକ୍ଷା ପରେ, ଯେଉଁମାନଙ୍କର ଚଷମା ଆବଶ୍ୟକତା ଅଛି ସେମାନଙ୍କୁ ଚଷମା ବଣ୍ଟନ କରାଯିବ ବୋଲି ଓଡ଼ିଶା-ମୋ ପରିବାର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ହିତାଧିକାରୀ ଖୁସିରେ ବିଭୋର ହେବା ସହିତ ସ୍ଥାନୀୟ ବାସିନ୍ଦା ଏହି କାର୍ଯ୍ୟକୁ ଭୂରି ଭୂରି ପ୍ରଶଂସା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking