28.1 C
Bhubaneswar
Friday, September 20, 2024
Homeଓଡିଶାଆଇଜିକେସିରେ ଓଡ଼ିଶା ଡାଏଲିସିସ୍ ଟେକ୍ନିସିଆନ୍ ମିଟର ଉଦଘାଟନୀ ଅଧିବେଶନ

ଆଇଜିକେସିରେ ଓଡ଼ିଶା ଡାଏଲିସିସ୍ ଟେକ୍ନିସିଆନ୍ ମିଟର ଉଦଘାଟନୀ ଅଧିବେଶନ

ଭୁବନେଶ୍ୱର: ଓଡ଼ିଶା ଡାଏଲିସିସ୍ ଟେକ୍ନିସିଆନ୍ ମିଟ୍ (ଓଡିଟିଏମ୍)ର ଉଦଘାଟନୀ ଅଧିବେଶନ ଗତ ଜୁଲାଇ ୧୫ ତାରିଖରେ ଭୁବନେଶ୍ୱର IGKC ମଲ୍ଟିସ୍ପେସିଆଲିଟି ହସ୍ପିଟାଲରେ ଅନୁଷ୍ଠିତ ହୋଇଥିଲା। ଆଇଜିକେସି ମଲ୍ଟିସ୍ପେଶାଲିଟି ହସ୍ପିଟାଲ ଏବଂ KOREF (କିଡନୀ ଓଡ଼ିଶା ରିସର୍ଚ୍ଚ ଆଣ୍ଡ ଏଜୁକେସନ ଫାଉଣ୍ଡେସନ) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଡାଏଲିସିସ୍ ଟେକ୍ନିସିଆନ୍ ଓ ନର୍ସମାନେ ଏକାଠି ହୋଇ ଉଲ୍ଲେଖନୀୟ ଯୋଗାଦନ କରିଥିଲେ। ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜ୍ଞାନ ବିନିମୟକୁ ସୁଗମ କରିବା ଏବଂ କିଡନୀ ବିଫଳ ରୋଗୀଙ୍କ ଯତ୍ନରେ ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ।
ନେଫ୍ରୋଲୋଜି ଏବଂ ୟୁରୋଲୋଜି କ୍ଷେତ୍ରର ବିଶିଷ୍ଟ ବକ୍ତା ଏବଂ ବିଶେଷଜ୍ଞମାନେ ଏହି ବୈଜ୍ଞାନିକ କାର୍ଯ୍ୟକ୍ରମରେ ଯୋଗଦାନ ଦେଇ ପ୍ରତିରୋପଣ ଏବଂ ଡାଏଲିସିସ୍ କ୍ଷେତ୍ରରେ ସାମ୍ପ୍ରତିକ ଅଗ୍ରଗତି ଉପରେ ଆଲୋକପାତ କରିଥିଲେ । ଓଡ଼ିଶାର ବରିଷ୍ଠ ୟୁରୋଲୋଜିଷ୍ଟ ତଥା ସବୁଠାରୁ ଅଭିଜ୍ଞ କିଡନୀ ପ୍ରତିରୋପଣ ସର୍ଜନ ଡାକ୍ତର ସୁବୋଧ ଦାସ କିଡନୀ ଚିକିତ୍ସାରେ ରୋବୋଟିକ୍ସ, ଲେଜର ଓ ଲାପ୍ରୋସ୍କୋପି ଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ଗ୍ରହଣ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ବରିଷ୍ଠ ନେଫ୍ରୋଲୋଜିଷ୍ଟ ଡ. ସୁକାନ୍ତ ଦାସ ABO INCOMPATIBLE KIDNEY ପ୍ରତିରୋପଣର ନିରାପତ୍ତା ଏବଂ ବିଭିନ୍ନ ଦିଗଉପରେ ଆଲୋକପାତ କରିବା ସହିତ ପ୍ରାକ୍ ପ୍ରତିରୋପଣ ଡିସେନ୍ସିଟାଇଜେସନ୍ ପ୍ରୋଟୋକଲରେ ଡାଏଲିସିସ୍ ଟେକ୍ନିସିଆନ୍ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ସମ୍ମିଳନୀରେ ଡାକ୍ତର ଜେକେ ବେହେରା ଓ ଡ. ଏ ପାଣ୍ଡେଙ୍କ ଭଳି ବିଶିଷ୍ଟ ବୃତ୍ତିଜୀବୀମାନେ ଆକର୍ଷଣୀୟ ଅଧିବେଶନ କରି ଡାଏଲିସିସ୍ ରେ ACCESS ନିରାପତ୍ତା ସମ୍ପର୍କରେ ମୂଲ୍ୟବାନ ସୂଚନା ପ୍ରଦାନ କରିଥିଲେ। ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ଡାକ୍ତର ପିସି ଦଳେଇ ଶେଷ ପର୍ଯ୍ୟାୟ କିଡନୀ ରୋଗରେ ପୀଡ଼ିତ ରୋଗୀଙ୍କ ଯତ୍ନ ନେବାରେ ଡାଏଲିସିସ୍ ଟେକ୍ନିସିଆନଙ୍କ ଅପରିହାର୍ଯ୍ୟ ଅବଦାନ ଉପରେ ଗୁରୁତ୍ୱାରୋପ କରିଥିଲେ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking