18.1 C
Bhubaneswar
Tuesday, November 26, 2024
Homeଓଡିଶାବିରୋଧୀଙ୍କ ହଟ୍ଟଗୋଳ : ଗୃହ ଅଚଳ

ବିରୋଧୀଙ୍କ ହଟ୍ଟଗୋଳ : ଗୃହ ଅଚଳ

ଚାଷୀ ସମସ୍ୟା, ମଣ୍ଡିରେ ଅବ୍ୟବସ୍ଥା ନେଇ ତାତି
ଭୁବନେଶ୍ୱର : ବିଧାନସଭା ବଜେଟ ଅଧିବେଶନର ବିରୋଧୀଙ୍କ ହଙ୍ଗାମା ଜାରି । ଦ୍ଵିତୀୟ ଦିନରେ ବି ଗୃହ ଅଚଳ । ଚାଷୀ ସମସ୍ୟା ଓ ଧାନକିଣା ବେଳେ ମଣ୍ଡିରେ ଅବ୍ୟବସ୍ଥା ନେଇ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ ଗୃହରେ ପ୍ରବଳ ହଟ୍ଟଗୋଳ ଓ ନାରାବାଜି କରିବାରୁ ଏଭଳି ସ୍ଥିତି ଉପୁଜିଥିଲା । ବାଚସ୍ପତି ସୂର‌୍ୟ୍ୟ ନାରାୟଣ ପାତ୍ର ଗୃହକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରି ଅସଫଳ ହେବାରୁ ବାରମ୍ବାର ମୁଲତବୀ କରିଥିଲେ ।
ଶୁକ୍ରବାର ନିର୍ଦ୍ଧାରିତ ସମୟରେ ଗୃହକାର‌୍ୟ୍ୟ ଆରମ୍ଭ ହୋଇଥିଲା । ବାଚସ୍ପତି ଆସନ ଗ୍ରହଣ କରିବା ପରେ ପ୍ରଶ୍ନୋତ୍ତର କାର‌୍ୟ୍ୟକ୍ରମକୁ ଆଗେଇନେବାକୁ ଅଗ୍ରସର ହେଉଥିବା ବେଳେ ବିରୋଧୀ କଂଗ୍ରେସ ଓ ବିଜେପି ସଭ୍ୟମାନେ ହଟ୍ଟଗୋଳ କରିଥିଲେ ।

ବିଜେପି ସଭ୍ୟମାନେ ହାତରେ ବ୍ୟାନର ଓ ପ୍ଲାକାର୍ଡ଼ ଧରି ଥିବାର ଦେଖାଯାଇଥିଲା । ଧାନକିଣାବେଳେ ମଣ୍ଡିରେ ଅବ୍ୟବସ୍ଥା ଓ ଚାଷୀ ସମସ୍ୟା ନେଇ ଉଭୟ ଦଳର ସଭ୍ୟମାନେ ଗୃହରେ ପ୍ରବଳ ହୋହାଲ୍ଲା ସହ ନାରାବାଜି ଆରମ୍ଭ କରି ଦେଇଥିଲେ । ଏହି ଦୁଇଟି ପ୍ରସଙ୍ଗରେ ସ୍ୱତନ୍ତ୍ର ମୋସନ୍ ଆଣି ଆଲୋଚନା ଦାବି କରିଥିଲେ ସେମାନେ । ଫଳରେ ରାଜସ୍ୱ ଓ ବିପର‌୍ୟ୍ୟୟ ପରିଚାଳନା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ, ଶକ୍ତି, କ୍ରୀଡା ଓ ଯୁବ କଲ୍ୟାଣ, ଶିଳ୍ପ, ସୂଚନା ପ୍ରଯୁକ୍ତି , ଏମଏସଏମଇ ଭଳି ଗୁରୁତ୍ୱପୂର୍ଣ ବିଭାଗର ପ୍ରଶ୍ନୋତ୍ତର ହୋଇ ପାରି ନ ଥିଲା। ବିଭାଗୀୟ ମନ୍ତ୍ରୀ ଗୃହରେ ବି ପ୍ରଶ୍ନର ଉତ୍ତର ରଖିପାରି ନ ଥିଲେ ।

ବାଟସ୍ପତିଙ୍କ ପୋଡିୟମ୍ ସମ୍ମୁଖରେ ବିରୋଧୀ ସଭ୍ୟମାନେ ଆସି ସରକାରୀ ବିରୋଧୀ ସ୍ଲୋଗାନ ମଧ୍ୟ ଦେଇଥିଲେ । କଂଗ୍ରେସ ଦଳର ମୁଖ୍ୟ ସଚେତକ ତାରା ବାହିନୀପତି ବାଚସ୍ପତି ପୋଡିୟମ୍ ଉପରକୁ ଚଢ଼ିବାକୁ ଉଦ୍ୟମ କରିଥିଲେ । ହଟ୍ଟଗୋଳ ଲାଗି ରହିବାରୁ ବାଚସ୍ପତି ଶ୍ରୀ ପାତ୍ର ପ୍ରଥମେ ଦିନ ୧୦.୩୧ରୁ ପୂର୍ବାହ୍ନ ସାଢ଼େ ୧୧ଟା ଯାଏ ଗୃହକୁ ମୁତଲବୀ ଘୋଷଣା କରିଥିଲେ ।

ପୁଣି ସାଢେ ୧୧ରେ ଗୃହ ଆରମ୍ଭ ହେବା ମାତ୍ରେ ଅନୁରୂପ ଅବସ୍ଥା ସୃଷ୍ଟି ହୋଇଥିଲା । ବିରୋଧୀ ଗୃହ ମଝିରେ ହଟ୍ଟଗୋଳ କରିଥିଲେ । ବାଚସ୍ପତି ପୁଣି ଗୁହକୁ ଅପରାହ୍ନ ୪ଟା ପର‌୍ୟ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଫଳରେ ଗୃହ ପ୍ରାୟ ପାଞ୍ଚ ମିନିଟ ଚାଲିବାକୁ ସକ୍ଷମ ହୋଇଥିଲା । ଅପରାହ୍ନ ବୈଠକରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ନେଇ ସମୟ ଧାର‌୍ୟ୍ୟ ହୋଇଥିଲେ ହେଁ ଗୃହ ଉଷ୍ଣ ରହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking