ବାଲେଶ୍ୱର: ସୋର ବ୍ଲକ ମଧୁସୂଦନପୁର ପଞ୍ଚାୟତ ଆଗିରିଆ ଗ୍ରାମର ଜଣେ ମହିଳାଙ୍କ ଅଶ୍ଳୀଳ ଫୋଟ ଓ ଭିଡିଓ ଭାଇରାଲ୍ କରିବାର ଧମକ ଦେଉଥିବା ଅଭିଯୋଗରେ ପୁଲିସ ଉକ୍ତ ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଯୁବକ ଜଣଙ୍କ ହେଲେ ପ୍ରଦୀପ ବେହେରା (୨୬) । ଅଭିଯୋଗ ଅନୁସାରେ ଆଗିରିଆ ଗ୍ରାମର ଜଣେ ମହିଳାଙ୍କ ସହିତ ପ୍ରଦୀପଙ୍କ ସମ୍ପର୍କ ଥିବା ବେଳେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ।
ପରେ ପ୍ରଦୀପ ତାଙ୍କ ପାଖରେ ଥିବା ସମ୍ପୃକ୍ତ ମହିଳାଙ୍କ କିଛି ଫଟୋ ଓ ଭିଡିଓ ଭାଇରାଲ୍ କରିବାର ଧମକ ଦେଉଥିଲେ । ଏନେଇ ମହିଳା ଜଣଙ୍କ ଗତକାଲି ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ୍ ନଂ ୬୩୭/୨୪ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତେବେ ଗତକାଲି ରାତିରେ ହିଁ ପୁଲିସ ପ୍ରଦୀପଙ୍କୁ ଗିରଫ କରି ଆଜି ଅପରାହ୍ଣରେ କୋର୍ଟ ଚାଲାଣ କରିଛି ।