ପାରଳାଖେମୁଣ୍ଡି : ନ୍ୟୁଡ କଲ୍ ର ଶିକାର ହୋଇ ମନ୍ତ୍ରୀ ହରାଇଲେ ୬ ଲକ୍ଷ । ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀ ନ୍ୟୁଡ କଲର ଶିକାର ହୋଇଛନ୍ତି । ଘଟଣାରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ଗିରଫ କଲା ସେରଙ୍ଗ ଥାନା ପୋଲିସ । ମାଷ୍ଟରମାଇଣ୍ଡ ଯୁବତୀକୁ ହାଜର ହେବାକୁ ନୋଟିସ ଦେଲା ପୋଲିସ । ଗତ ବର୍ଷେ ହେଲା ଯବତୀଙ୍କ ସହ ସମ୍ପର୍କରେ ଥିଲେ କନିଷ୍ଠ ଯନ୍ତ୍ରୀ । କନିଷ୍ଠ ଯନ୍ତ୍ରୀଙ୍କ ନ୍ୟୁଡ୍ ଭିଡିଓ କଲ୍ ସୁଟିଂ କରିନେଇଥିଲେ ସମ୍ପୃକ୍ତ ଯୁବତୀ । ଏହି ଭିଡିଓକୁ ନେଇ ବ୍ଲାକମେଲିଂ କରି ୬ ଲକ୍ଷ ଟଙ୍କା ଆଦାୟ କରିଥିଲେ । ତେବେ ବ୍ଲାକ ମେଲିଂ ବଢିବାରୁ ଥାନାରେ ଏତଲା କରିଥିଲେ କନିଷ୍ଠ ଯନ୍ତ୍ରୀ ।