33.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶନୋର୍ଜେଙ୍କୁ ଧକ୍କାଦେଲା ସ୍ପାଇଡର୍ କ୍ୟାମ୍‌

ନୋର୍ଜେଙ୍କୁ ଧକ୍କାଦେଲା ସ୍ପାଇଡର୍ କ୍ୟାମ୍‌

ମେଲ୍‌ବର୍ଣ୍ଣ : ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍‌ରେ ମଙ୍ଗଳବାର ସାଉଥ୍ ଆଫ୍ରିକାର ପ୍ରମୁଖ ପେସର୍ ଆନରିଚ୍ ନୋର୍ଜେଙ୍କୁ ସ୍ପାଇଡର୍ କ୍ୟାମ୍ ଧକ୍କା ଦେଇଥିଲା । କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଏପରି ଘଟଣା ଘଟିଥିଲେ ହେଁ ନୋର୍ଜେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି । ଦ୍ୱିତୀୟ ଦିନ ଖେଳରେ ମଧ୍ୟାହ୍ନଭୋଜନ ପରେ ନୋର୍ଜେ ଆଉଟ୍‌ଫିଲ୍‌ଡରେ ଫିଲ୍‌ଡିଂ କରୁଥିବା ସମୟରେ ସ୍ପାଇଡର୍ କ୍ୟାମ୍ ତାଙ୍କ ବାମ କାନ୍ଧ ସହ ପିଟି ହୋଇଥିଲା । ଫଳସ୍ୱରୂପ ତାଙ୍କ କାନ୍ଧ ଫୁଲିଯାଇଥିଲା । କିନ୍ତୁ ଏହା ଆଦୌ ଗୁରୁତର ନ ଥିଲା । ଏପରିକି ଏହି ଘଟଣା ପରେ ସେ ବେଶ୍ ଆରାମରେ ବୋଲିଂ ମଧ୍ୟ କରିଥିଲେ । ତେବେ ସ୍ପାଇଡର୍ କ୍ୟାମ୍‌ଗୁଡ଼ିକୁ ଅପରେଟରମାନେ ଯଥେଷ୍ଟ ଉଚ୍ଚରେ ଚଳାଇବା ଦରକାର ବୋଲି ନୋର୍ଜେ କହିଥିଲେ । ତାଙ୍କ ସ୍ଥାନରେ କୌଣସି ଡେଙ୍ଗା ଖେଳାଳି ଥିଲେ, ହୁଏତ ତାଙ୍କ ଅବସ୍ଥା ଅଧିକ ଗୁରୁତର ହୋଇଥାନ୍ତା ବୋଲି ନୋର୍ଜେ ଆଶଙ୍କା ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ଅଫିସିଆଲ୍ ବ୍ରଡ୍‌କାଷ୍ଟର୍ ଫକ୍ସ ସ୍ପୋର୍ଟସ ନିଜର ତ୍ରୁଟି ସ୍ୱୀକାର କରିବା ସହ ଏଥିସକାଶେ ନୋର୍ଜେଙ୍କୁ କ୍ଷମା ପ୍ରାର୍ଥନା କରିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking