26.1 C
Bhubaneswar
Monday, November 25, 2024
Homeବ୍ରେକୀଙ୍ଗନାବାଳିକା ଝିଅକୁ ଦୁଷ୍କର୍ମ କରି ଦୋଷୀ ସାବ୍ୟସ୍ତ ହେଲେ ପିତା, ଭୋଗିବେ ୭ ବର୍ଷ ଜେଲ୍...

ନାବାଳିକା ଝିଅକୁ ଦୁଷ୍କର୍ମ କରି ଦୋଷୀ ସାବ୍ୟସ୍ତ ହେଲେ ପିତା, ଭୋଗିବେ ୭ ବର୍ଷ ଜେଲ୍ ଦଣ୍ଡ

ନୂଆଦିଲ୍ଲୀ: ନୋଏଡାରେ ୫ ବର୍ଷ ପୂର୍ବେ ହୋଇଥିବା ଏକ ଦୁଷ୍କର୍ମ ମାମଲାରେ ନୋଏଡାର ଏକ ଅଦାଲତ ପିତାକୁ ହିଁ ନିଜ ନାବାଳିକା ଝିଅର ଦୁଷ୍କର୍ମ ପାଇଁ ଦୋଷୀ ଘୋଷଣା କରିଛନ୍ତି । ନ୍ୟାୟଧୀଶ ନିରଂଜନ କୁମାର ନିଜ ରାୟରେ ପିତାକୁ ୭ ବର୍ଷର ଜେଲ ଦଣ୍ଡ ଶୁଣାଇଛନ୍ତି । ଏହାସହିତ କୋର୍ଟ ଜରିମାନା ମଧ୍ୟ ଲଗାଇଛନ୍ତି । ୨୦୧୫ ମସିହା ଫେବୃୟାରୀ ମାସରେ ନୋଏଡାରେ ରହୁଥିବା ଜଣେ ମହିଳା ଅଭିଯୋଗ ଆଣିଥିଲେ ଯେ, ତାଙ୍କ ନାବାଳିକା ଝିଅ ସହ ତାଙ୍କ ସ୍ୱାମୀ ଦୁଷ୍କର୍ମ କରିଛନ୍ତି । ଏନେଇ ଉକ୍ତ ମହିଳା ଜଣକ ନୋଏଡା ସେକ୍ଟର ୨୪ ଥାନାରେ ସ୍ୱାମୀଙ୍କ ନାମରେ ମାମଲା ରୁଜୁ କରିଥିଲେ । ପରେ ପୋଲିସ ତାଙ୍କୁ ଗିରଫ କରିଥିଲା । ପରେ ଯଥେଷ୍ଟ ପ୍ରମାଣ ଓ ସାକ୍ଷୀ ଦ୍ୱାରା ଏହା ପ୍ରମାଣିତ ହୋଇଥିଲା ଯେ, ପୀଡିତାଙ୍କ ସହିତ ତାଙ୍କ ପିତା ହିଁ ଦୁଷ୍କର୍ମ କରିଥିଲେ । ପରେ କୋର୍ଟ ତାଙ୍କୁ ସାତ ବର୍ଷର କାରାଦଣ୍ଡ ଶୁଣାଇଛନ୍ତି ଓ ୫ ହଜାର ଟଙ୍କା ଜରିମାନା ପାଇଁ ଆଦେଶ ମଧ୍ୟ ଦେଇଛନ୍ତି । ଯଦି ସେ ଜରିମାନା ନ ଦେବେ, ତେବେ ତାଙ୍କୁ ଅତିରିକ୍ତ ୬ ମାସ ସଜା କାଟିବାକୁ ପଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking