28.1 C
Bhubaneswar
Saturday, July 27, 2024
Homeଓଡିଶାଲୋକଙ୍କ ପାଖକୁ ଯିବାକୁ କେହି ରୋକିପାରିବେନି: କାର୍ତ୍ତିକ ପାଣ୍ଡିଆନ

ଲୋକଙ୍କ ପାଖକୁ ଯିବାକୁ କେହି ରୋକିପାରିବେନି: କାର୍ତ୍ତିକ ପାଣ୍ଡିଆନ

 ବିକାଶ ବିରୋଧୀଙ୍କ ହୀନ ଚକ୍ରାନ୍ତ
 ବିକାଶ ବିରୋଧୀଙ୍କୁ ପାଣ୍ଡିଆନଙ୍କ କଡା ଜବାବ
 ଗୁଳି ମାରିଲେ ବି ଲୋକଙ୍କ ପାଖକୁ ଯିବି
 ଅସହିଷ୍ଣୁ ହୋଇପଡୁଛନ୍ତି ବିରୋଧୀ
 ଗଞ୍ଜାମର ବିଭିନ୍ନ ସଭାରେ ବିଶାଳ ସମାବେଶ
 ‘ଲୋକଙ୍କୁ ସମ୍ମାନ ଦେଇ ହାତ ମିଶାଇଲେ ଲାଗୁଛି ଖୁସୀ’
 ନବୀନ ପଟ୍ଟନାୟକଙ୍କ ଜୟ ଧ୍ୱନିରେ କମ୍ପିଲା ସଭାସ୍ଥଳ
 ପାଣ୍ଡିଆନଙ୍କ ସ୍ୱାଗତରେ ମୁଖରିତ ହେଲା ସଭାସ୍ଥଳ
ଭୁବନେଶ୍ୱର : ମତେ ଅଣ୍ଡା, ଚପଲ, କାଳି, ଟମାଟୋ ମାଡ କର କି ଗୁଳିମାଡ କର, କିଛି ଫରକ ପଡିବନି। ମୁଁ ଲୋକଙ୍କ ପାଖକୁ ଆସିବି ଓ ଲୋକଙ୍କ କାମ କରିବି । ଖରାରେ ୧୦ ହଜାର ଲୋକ ଅପେକ୍ଷା କରିଛନ୍ତି । ସେମାନଙ୍କୁ ସମ୍ମାନ ଦେଇ ସେମାନଙ୍କ ସହ ହାତ ମିଶାଇଲେ ଖୁସୀ ଲାଗୁଛି । ସେଥିପାଇଁ କିଏ ଟମାଟୋ ଫିଙ୍ଗିବ ବୋଲି ଅଟକିବାର ନାହିଁ । ବହୁତ ଲୋକ ଆସିବେ, ମଞ୍ଚ ଉପରେ ବିଭିନ୍ନ ପ୍ରତିଶ୍ରୁତି ଦେଇ ଚାଲିଯିବେ । କେହି କିଛି କାମ କରିବେ ନାହିଁ । ମୁଁ କିନ୍ତୁ ସେମିତି ଲୋକ ନୁହଁ । ମୁଁ ଲୋକଙ୍କ କାମ କରିବା ପାଇଁ ଆସିଛି ଓ ଆସୁଥିବି । ଚପଲ, ଅଣ୍ଡା ଓ କାଳି ମାଡ ଅଟକାଇପାରିବ ନାହିଁ । ଏପରିକି ଗୁଳିମାଡ ମଧ୍ୟ ଅଟକାଇପାରିବ ନାହିଁ । ଖରାତରାରେ ୧୦ ହଜାର ଲୋକ ଯେତେବେଳେ ମୋ ପାଇଁ ଆସିଛନ୍ତି, ମୁଁ ସେମାନଙ୍କୁ ଭେଟି ସେମାନଙ୍କ ସହ ହାତ ମିଳାଇଲେ ମତେ ଭଲ ଲାଗୁଛି । ଗଂଜାମ ଜିଲ୍ଲା ବେଲଗୁଣ୍ଠାଠାରେ ଆୟୋଜିତ ସାଧାରଣ ସଭାରେ ବିରୋଧୀମାନଙ୍କୁ ଏଭଳି ତୀର‌୍ୟକ କଟାକ୍ଷ କରିଛନ୍ତି ଫାଇଭ-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।
ଆଜି କାର୍ତ୍ତିକ ପାଣ୍ଡିଆନ ଗଂଜାମ ଜିଲ୍ଲା ଗସ୍ତରେ ଯାଇଥିବା ବେଳେ ତାଙ୍କର ପ୍ରଥମ ସଭା ଥିଲା ବେଲଗୁଣ୍ଠାଠାରେ । ବେଲଗୁଣ୍ଠାରେ ପ୍ରାୟ ୧୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା । ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସଭାସ୍ଥଳକୁ ପ୍ରବେଶ କରୁଥିବା ବେଳେ ଜଣେ ଦୁବୃତ୍ତ ଅଚାନକ ଧସେଇଆସି ଏକ ଟମାଟୋ ତାଙ୍କ ଉପରକୁ ଫୋପାଡିଥିଲା । ଦୁବୃତ୍ତକୁ ତୁରନ୍ତ ସଭାରେ ଥିବା ଲୋକେ ଓ ପୋଲିସ କାବୁ କରିନେଇଥିଲା । ଟମାଟୋ ଫୋପାଡିବା ବେଳେ ସମ୍ପୃକ୍ତ ଯୁବକ ହାତରେ କଂଗ୍ରେସର ଏକ ଛୋଟିଆ ପତାକା ଧରିଥିବା ଦେଖିବାକୁ ମିଳିଥିଲା ।
ସମ୍ପୃକ୍ତ ଦୁବୃତ୍ତଙ୍କ ଟମାଟୋ ମାଡ ସତ୍ତ୍ବେ ପାଣ୍ଡିଆନ ସାମାନ୍ୟ ବିଚଳିତ ମଧ୍ୟ ହୋଇନଥିଲେ । ଚିରାଚରିତ ଭାବେ ସେ ହସହସ ମୁହଁରେ ଲୋକଙ୍କୁ ହାତ ମିଶାଇଥିଲେ ଓ ସେମାନଙ୍କ ଠାରୁ ଦରଖାସ୍ତ ଗ୍ରହଣ କରିଥିଲେ । ମଞ୍ଚ ଉପରକୁ ଆସି ଜୟ ଜଗନ୍ନାଥ ଓ ଜୟ ମା ତାରାତାରିଣୀ କହି ବେଲଗୁଣ୍ଠା ଏବଂ ସୋରଡା ଅଞ୍ଚଳର ବିକାଶ ସମ୍ପର୍କିତ ଚିଠା ଉପସ୍ଥାପନ କରିଥିଲେ ।
ପାଣ୍ଡିଆନଙ୍କ ସଭାରେ ଅଭୂତପୂର୍ବ ଜନସମାବେଶ । ତାସହିତ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ଓ ବିକାଶର ଲମ୍ବାଚିଠା ବିରୋଧୀଙ୍କୁ ଅସହିଷ୍ଣୁ କରିଦେଇଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଆଜିର ଏହି ଘଟଣାକୁ ବିଭିନ୍ନ ମହଳରେ ତୀବ୍ର ନିନ୍ଦା କରାଯାଇଛି । ଅତୀତରେ ମଧ୍ୟ ବିଭିନ୍ନ ସ୍ଥାନରେ ଏଭଳି ଘଟଣା ଘଟିଛି । କିନ୍ତୁ କୌଣସି ଘଟଣାରେ କାର୍ତ୍ତିକ ପାଣ୍ଡିଆନ କେବେ ବିଚଳିତ ହୋଇଥିବା ଦେଖିବାକୁ ମିଳିନି । ବରଂ ଅଧିକ ଉତ୍ସାହର ସେ ଲୋକଙ୍କ କାମ କରିବାକୁ ଆଗଭର ହୋଇଛନ୍ତି ।
ଆଜି ଫାଇଭ-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ ପ୍ରଥମେ ବେଲଗୁଣ୍ଠାରେ ପହଞ୍ଚିଥିଲେ । ପରେ ସେ ଶେରଗଡ, କୁକୁଡାଖଣ୍ଡି ଓ ପାତ୍ରପୁରରେ ଆୟୋଜିତ ସଭାରେ ଯୋଗ ଦେଇଥିଲେ । ସବୁଠି ତାଙ୍କୁ ବିପୁଳ ସ୍ବାଗତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking