ନୂଆଦିଲ୍ଲୀ: ଟିକା ପାଇଁ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ମନ୍ତବ୍ୟ ପ୍ରଦାନ କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି, କରୋନା ଟିକା ପାଇଁ ଆଉ ବେଶି ଦିନ ଅପେକ୍ଷା କରିବାକୁ ପଡିବନି । ଆସନ୍ତା କିଛି ସପ୍ତାହ ମଧ୍ୟରେ ଟିକା ଆସିଯିବ ବୋଲି କୁହାଯାଇଛି । ବୈଜ୍ଞାନିକଙ୍କ ଗ୍ରୀନ ସିଗନାଲ୍ ପରେ ଟିକାକରଣ ଆରମ୍ଭ କରିଦିଆଯିବ । କାହାକୁ ପ୍ରଥମେ ଟିକା ଦିଆଯିବ ସେନେଇ କେନ୍ଦ୍ର-ରାଜ୍ୟ କାମ କରୁଛନ୍ତି । ସ୍ୱାସ୍ଥ୍ୟ କର୍ମୀ, ସମ୍ମୁଖ କର୍ମୀ ଏବଂ ବହୁବିଧ ରୋଗାକ୍ରାନ୍ତଙ୍କୁ ପ୍ରଥମେ ଟିକା ଦିଆଯିବ ।
ସୂଚନାଯୋଗ୍ୟ , ଗତ ୨୪ ଘଣ୍ଟ ମଧ୍ୟରେ ୩୫ ହଜାର ୫୫୧ ଆକ୍ରାନ୍ତ ହୋଇଥିବା ବେଳେ ୫୨୬ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଏହାକୁ ନେଇ ମୋଟ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୯୫ ଲକ୍ଷ ୩୪ ହଜାର ୯୬୫କୁ ବୃଦ୍ଧି ପାଇଥବା ବେଳେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୮ ହଜାର ୬୪୮ ରେ ପହଞ୍ଚିଛି ।