27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗକେନ୍ଦୁପତ୍ର ଚପରାଶୀ ଉଚିତ ମଜୁରି ନ ପାଇବାରୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

କେନ୍ଦୁପତ୍ର ଚପରାଶୀ ଉଚିତ ମଜୁରି ନ ପାଇବାରୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ରାୟଗଡା: ରାୟଗଡା ଜିଲ୍ଲା ବିଷମକଟକ ରେଞ୍ଜ ର କେନ୍ଦୁପତ୍ର ବିଭାଗ ର ଚପରାଶୀ ମାନଙ୍କ ନିଜର ସଠିକ ପ୍ରାପ୍ୟ ନପାଇ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଚପରାଶୀ ମାନେ ଗତ ବର୍ଷ 16 ରୁ 17 ହଜାର ଟଙ୍କା ପାଇଥିବା ବେଳେ ଚଳିତ ବର୍ଷ ସମସ୍ତ ଚପରାଶୀ ମାନେ କିଏ 6 ହଜାର ତ କିଏ 11 ହଜାର ପାଇଛନ୍ତି।ତେବେ ଏଭଳି ଅନିୟମିତତା ହେବା ପରେ ବାରମ୍ବାର ବିଭାଗୀୟ ଅଧିକାରୀ ଙ୍କୁ ଜଣାଇ ମଧ୍ୟ କୌଣସି ସଫଳ ନ ପାଇବାରୁ ଆଜି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ଏକ ଲିଖିତ ଆକାରରେ ଗୁହାରୀ କରିଛନ୍ତି। ସୂଚନା ଅନୁଯାୟୀ ବନ ବିଭାଗ ଅଧୀନରେ ତୋଳାଯାଇଥିବା କେନ୍ଦୁପତ୍ର ର ରକ୍ଷଣାବେକ୍ଷଣ ନିମନ୍ତେ ନିଯୁକ୍ତି ପାଇଥିବା ଚପରାଶୀ ବର୍ଷ କୁ ଦୁଇ ମାସ କାର୍ଯ୍ୟ କରି ପ୍ରତିବର୍ଷ 16 ରୁ 17 ହଜାର ଟଙ୍କା ମଜୁରୀ ସମସ୍ତେ ପାଇଥାନ୍ତି କିନ୍ତୁ ଚଳିତ ବର୍ଷ ସମାନ କାର୍ଯ୍ୟ କରାଯାଇଥିଲେ ମଧ୍ୟ କେହି କେହି 6 ହଜାର ତ କେହି 11 ହଜାର ମଜୁରୀ ପାଇଥିବାରୁ ଟଙ୍କା ହେରଫେର ର ଆଶଙ୍କା ନେଇ କାର୍ଯରତ ଚପରାଶୀ ମାନେ ଜିଲ୍ଲାପାଳ ଙ୍କୁ ଭେଟିଥିଲେ। ଏହାର ତଦନ୍ତ କରି ସେମାନଙ୍କ ମଜୁରୀ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking