ପୁରୀ: ଶ୍ରୀମନ୍ଦିରର ସୁରକ୍ଷା କ୍ଷେତ୍ରରେ ଆଉ ଏକ ବଡ ନିଷ୍ପତ୍ତି ନେଲା ପ୍ରଶାସନ । ଆନ୍ତା ଜାନୁୟାରୀ ମାସରୁ ଏକ ବଡ ନିୟମ ଲାଗୁ କରାଯାଇଛି । ଜାନୁୟାରୀ ପହିଲାରୁ ଶ୍ରୀମନ୍ଦିର ଭିତରକୁ ସମ୍ପୂର୍ଣ୍ଣ ମୋବାଇଲ ନିଷେଧ ହୋଇଛି । ଏଣିକି କୌଣସି ବ୍ୟକ୍ତି ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେଇ ଯାଇପାରିବେ ନାହିଁ ।
ଏବେ ସେବାୟତ ଏବଂ ପୋଲିସ କର୍ମଚାରୀଙ୍କ ପାଇଁ ମଧ୍ୟ କଠୋର ହୋଇଛି ଶ୍ରୀମନ୍ଦିର ପ୍ରଶାସନ । ଏଣିକି ସମସ୍ତଙ୍କୁ ମନ୍ଦିର ଭିତରକୁ ମୋବାଇଲ ନେବା ବାରଣ କରାଯାଇଛି । ପୋଲିସ, ସେବାୟତ ଏବଂ ଅଫିସର ସମସ୍ତଙ୍କୁ ମନ୍ଦିର ଭିତରକୁ ମୋବାଇଲ ବାରଣ କରାଯାଇଛି । ତେବେ ସିଂହଦ୍ୱାର ଏବଂ ଦକ୍ଷିଣ ଦ୍ତବାରରେ ମୋବାଇଲ ଜିମା ଦେଇ ମନ୍ଦିର ଭିତରକୁ ଯିବେ । ତେବେ ନୀତିକାନ୍ତି ଅପଡେଟ ପାଇଁ ମନ୍ଦିର କାର୍ଯ୍ୟାଳୟ ଭିତରେ ଗୋଟିଏ ମାତ୍ର ମୋବାଇଲ ରଖାଯିବ । ଏ ନେଇ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ପୂର୍ବରୁ କେବଳ ଭକ୍ତମାନଙ୍କୁ ଏହି ନିୟମରେ ସାମିଲ କରାଯାଇଥିଲା । କୌଣସି ଭକ୍ତ ମନ୍ଦିର ଭିତରକୁ ମୋବାଇଲ ନେଇ ଯାଇ ପାରୁ ନଥିଲେ ।