19.1 C
Bhubaneswar
Friday, January 10, 2025
Homeଦେଶ ବିଦେଶଦୀପାବଳିରେ ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଦେବାକୁ ପଡ଼ିବନି ଫାଇନ, ଫୁଲ ଦେଇ ସ୍ୱାଗତ କରିବେ...

ଦୀପାବଳିରେ ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଦେବାକୁ ପଡ଼ିବନି ଫାଇନ, ଫୁଲ ଦେଇ ସ୍ୱାଗତ କରିବେ ପୁଲିସ କର୍ମଚାରୀ

ଗାନ୍ଧୀନଗର: ଚଳିତ ବର୍ଷ ଦୀପାବଳି ଉତ୍ସବରେ ଯାତାୟାତ ସମୟରେ ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଲାଗିବନି ଜୋରିମାନା। ଏପରି ଘୋଷଣା କରିଛନ୍ତି ଗୁଜୁରାଟ ସରକାର। ଗୁଜୁରାଟ ଗୃହ ରାଜ୍ୟ ମନ୍ତ୍ରୀ ହର୍ଷ ସାଂଘବି ଶୁକ୍ରବାର ଏହି ଘୋଷଣା କରିଛନ୍ତି। ଏକ ସଭାକୁ ସମ୍ୱୋଧିତ କରିବା ସମୟରେ ସେ କହିଛନ୍ତି ଦୀପାବଳି ଉତ୍ସବକୁ ଦେଖି ଗୁଜୁରାଟରେ ଯାତାୟାତ ସମୟରେ ପୁଲିସ ଅକ୍ଟୋବର ୨୭ ଯାଏ ଟ୍ରାଫିକ ନିୟମ ଉଲ୍ଲଂଘନ କଲେ କୋଣସି ଜୋରିମାନା ଆଦାୟ କରିବ ନାହିଁ। ସାଂଘବି କହିଛନ୍ତି,ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମାର୍ଗଦର୍ଶନରେ ରାଜ୍ୟ ଗୃହ ବିଭାଗ ଦୀପାବଳି ସମୟରେ ଲୋକଙ୍କୁ ଟ୍ରାଫିକ୍ କ୍ଷେତ୍ରରେ ଛୁଟ୍ ଦେବାକୁ ନିଷ୍ପତ୍ତି ନିଆଯାଇଛି। ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଅକ୍ଟୋବର ୨୧ ରୁ ଅକ୍ଟୋବର ୨୭ ଯାଏ ଯାତାୟାତ ସମୟରେ ଟ୍ରାଫିକ ଉଲ୍ଲଂଘନ କଲେ ପୁଲିସ କୌଣସି ଜୋରିମାନା ଆଦାୟ କରିପାରିବ ନାହିଁ। ଯଦି କେହି ଏହି ସମୟରେ ବିନା ଡ୍ରାଇଭିଂ ଲାଇସେନ୍ସ କିମ୍ୱା ବିନା ହେଲିମେଟରେ ଧରା ପଡ଼ନ୍ତି, ଅଥବା ଅନ୍ୟ କୌଣସି ଟ୍ରାଫିକ ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କୁ ଫୁଲ ଦେବେ ପୁଲିସ କର୍ମୀ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking